ସମାଜ କଲ୍ୟାଣ ବିକାଶ ପରିଷଦର ଜରୁରୀ ବୈଠକ

୫ ସୂତ୍ରୀ ଦାବି ନେଇ କତ୍ତୃପକ୍ଷଙ୍କ ସହ ହେବ ଆଲୋଚନା : ଆନେ୍ଦାଳନାତ୍ମକପନ୍ଥା ହେବ ଶେଷ ଅସ୍ତ୍ର


ଜଳେଶ୍ୱର ୩୧/୭:(ଜଗନ୍ନାଥ ଗୋଛାୟତ) ୫ ଦଫା ଦାବି ନେଇ ଆଜି ସମାଜ କଲ୍ୟାଣ ବିକାଶ ପରିଷଦର ଏକ ଜରୁରୀ ବୈଠକ ନୂଆବଜାରସ୍ଥିତ ଭଂଜଶ୍ରୀ ଭବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘଦିନ ଧରି ଚାଲି ଆସୁଥିବା ଦାବି ନେଇ କର୍ତ୍ତୃପକ୍ଷମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଅନ୍ୟଥା ଆନ୍ଦୋଳନାତ୍ମକ ପସ୍ଥା ଗ୍ରହଣ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି । ଆୟୋଜିତ ବୈଠକରେ ପରିଷଦର ଅଧ୍ୟକ୍ଷ ରଘୁନାଥ ମହାନ୍ତି ଅଧ୍ୟକ୍ଷତା କରି ଦୀର୍ଘ ୧୦ବର୍ଷ ଧରି ପରିଷଦ ଜନସାଧାରଣଙ୍କ ବହୁ ସମସ୍ୟା ସମାଧାନ ନିମନ୍ତେ ସଫଳ ହୋଇଛି । ଜଳେଶ୍ୱର ରେଳ ଷ୍ଟେସନର ବିକାଶ, ରେଳ ଯାତ୍ରୀଙ୍କ ସମସ୍ୟା ଦୂର, ୬୦ନଂ ଜାତୀୟ ରାଜପଥର ସ୍ଲିପ ରୋଡ ମରାମତି, ଜିକେ ଭଟ୍ଟର ଡାକ୍ତରଖାନାରେ କେତେକ ସମସ୍ୟା ଦୂର ଇତ୍ୟାଦି ଜନହିତକର କାର୍ଯ୍ୟ କରାଯାଇଥିବା ବେଳେ ଜଳେଶ୍ୱରକୁ ଜିଲା ଘୋଷଣା, ଉକôଳ ଏକ୍ସପ୍ରେସ୍ର ଡାଉନ୍ ଟ୍ରେନ୍ର ରହଣୀ, ରେଳ ଷ୍ଟେସନ ସମ୍ମୁଖରେ କବି ଦୀନକୃଷ୍ଣ ପ୍ରତିମୂତ୍ତି ସ୍ଥାପନ, ଜିକେଭଟ୍ଟର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଲାଗି ସମସ୍ତ ସୁବିଧା ଓ ମହିଳା ସଶକ୍ତିକରଣ ଦ୍ୱାରା ଆଂଚଳିକ ବିକାଶ ଭଳି ୫ ସୂତ୍ରୀ ଦାବି ସଂପର୍କରେ ସଦସ୍ୟମାନଙ୍କ ଦାବିକୁ ସେ ଗ୍ରହଣ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କର୍ମକର୍ତ୍ତ ମାନଙ୍କ ସହ ଆଲୋଚନା ମାଧ୍ୟମରେ ଦାବି ପୂରଣ ଲାଗି ସେ ସୂଚନା ଦେବାଉ ସହ ତାହା ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଆଲୋଚନାରେ ଜଳେଶ୍ୱର ରେଳ ଷ୍ଟେସନରେ ୩ଟି ଟ୍ରେନ୍ର ଅପ୍ ରେଳ ଗୁଡିକ ରହଣୀ ଥିବା ବେଳେ ଡାଉନ୍ ରେଳ ରହଣି ନ ହେବା ରେଳବାଇ ନିତୀ ନିୟମକୁ ଉଲଙ୍ଘନ ବୋଲି ସେ କହିଛନ୍ତି । ନିକଟରେ ଏ ସଂପକରେ ପରିଷଦ ପକ୍ଷରୁ ମନ୍ତ୍ରୀଙ୍କ ସହ ସିଧା ଆଲୋଚନା ହେବ ବୋଲି ସେ ପ୍ରକାଶ କରିଛନ୍ତି । ପରିଷଦ ପକ୍ଷରୁ ଦୀନକୃଷ୍ଣଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବାରୁ ରେଳ ଷ୍ଟେସନ ସମ୍ମୁଖରେ ସ୍ଥାପନ ହେବା ସଂପର୍କରେ ଆଲୋଚନା ହୋଇଛି । ଉତ୍ତର ବାଲେଶ୍ୱର ଓ ପଶ୍ଚିମବଂଗର ବହୁ ରୋଗୀ ଜିକେ ଭଟ୍ଟର ହସ୍ପିଟାଲକୁ ପ୍ରତିଦିନ ଚିକିତ୍ସାଲାଗି ଆସୁଥିବାରୁ ଅଧିକ ଡାକ୍ତର ଓ ବିଭାଗୀୟ ଡାକ୍ତର ନିଯୁକ୍ତି ଓ ସେବାନେଇ ସଦସ୍ୟମାନେ ବହୁ ତଥ୍ୟ ରଖିଥିଲେ । ସମଗ୍ର ଦେଶରେ ସ୍ୱାଧିନତା ପରଠାରୁ ସବ୍ଡିଭିଜନ ଘୋଷଣା ହୋଇନଥିବାରୁ ଆସନ୍ତା ଦିନରେ ଜଳେଶ୍ୱରକୁ ଜିଲା ଘୋଷଣାର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା ହୋଇଥିଲା । ଏସବୁ ଦାବି ସଂପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷ, ବିଧାୟକ ତଥା ମନ୍ତ୍ରୀଙ୍କ ସହ ଆଲୋଚନା ହେବାଲାଗି ଏକ କମିଟି ଗଠନ ହେବା ଅଧ୍ୟକ୍ଷକଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ ସଂଯୋଜନାଉ କରିଥିବା ବେଳେ ସଂପାଦକ ଆଇନ୍ଜିବୀ ରାମଚନ୍ଦ୍ର ଜେନା ସୂଚନା ଓ ଉଦେ୍ଦଶ୍ୟଜ୍ଞାପନ କରିଥିଲେ । ଏଥିରେ ବଣିକ ସଂଘ ସଭାପତି ସୁଧିର ମହାନ୍ତି ପରିଷଦର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାହୁ, ଜିତାରାମ ଦେ, ଶରତଚନ୍ଦ୍ର ପରିଡା, ବନମାଳି ଧଳ, ଡ. ଅଜିତ୍ ମହାନ୍ତି, ସିଦେ୍ଧଶ୍ୱର ପଣ୍ଡା, ରବିନ୍ଦ୍ର ସେନାପତି, ସତ୍ୟନାରାୟଣ ଦାସ, ରବିନ୍ଦ୍ର ପାତ୍ର, ବିନୋଦ ମହାନ୍ତି, ସଂଗ୍ରାମ ପରିଡା, ଆଦିତ୍ୟ ନାରାୟଣ ପାତ୍ର, ଅବନୀ ଚାନ୍ଦ, ଦୁର୍ଗଶଂକର ଗିରି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Post a Comment

Previous Post Next Post