ଭବାନୀପାଟଣା ୦୧/୮(ଶ୍ୟାମସୁନ୍ଦର ମାଝୀ) ଗତ ରବିବାର ଦିନ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନର ଦ୍ୱିତୀୟ ବୈଠକ ଭବାନୀପାଟଣା ମୁନିସିପାଲିଟି ବିବିସି ପଡା ସ୍ଥିତ କମ୍ଯୁନିଟି ହଲ୍ ରେ ହୋଇଯାଇଅଛି। ସଂଗଠନ ତରଫରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ, ବିଧବା ମାସିକ ଭତ୍ତା ୫୦୦ରୁ ୨୫୦୦ଟଙ୍କା ଏବଂ ଭିନ୍ନକ୍ଷମ, ୮୦ବର୍ଷରୁ ଉର୍ଦ୍ଧ୍ବ ବାର୍ଦ୍ଧକ୍ଯ ମାସିକ ଭତ୍ତା ୭୦୦ରୁ ୩୦୦୦ଟଙ୍କା କରିବା ତଥା ସମସ୍ତ ବେସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା କରିବା ପାଇଁ ଓଡିଶା ସରକାର ନିକଟରେ ଦାବି ନିମନ୍ତେ ଯେଉଁ ଦସ୍ତଖତ ଅଭିଯାନ ଭବାନୀପାଟଣାର ୱ୍ୱାର୍ଡ ନଂ ୫ ଓ ୨ ରେ ସରିଛି ତାକୁ ସହରର ପ୍ରତ୍ଯେକ ୱାର୍ଡ ର ହିତାଧିକାରୀ ମାନଙ୍କ ପାଖକୁ ପହଞ୍ଚିବା ପାଇଁ ମତପ୍ରକାଶ ପାଇଥିଲା। ପୁଣି ସଂଧ୍ଯାରେ ବିଭିନ୍ନ ୱାର୍ଡରୁ ଆସିଥିବା ୧୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ନେଇ ଏକ ସଭା ହୋଇଥିଲା । ପଣ୍ଡିଚେରୀରେ ୩୧୦୦, ତେଲେଙ୍ଗାନାରେ ୩୦୦୦, ହରିୟାଣାରେ ୨୭୫୦, ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶରେ ୨୫୦୦ଟଙ୍କା ଓ ଅନ୍ଯାନ୍ଯ ଛୋଟ ରାଜ୍ଯମାନେ ବି ଓଡିଶାଠାରୁ ଅଧିକ ଟଙ୍କା ଭତ୍ତା ଦେଉଛନ୍ତି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ସଭାରେ ଜଣେଇଥିଲେ। ଏତେ ମହଙ୍ଗା ଦୁନିଆରେ ସମସ୍ତଙ୍କ ପାଇଁ ସରକାର ବୁଝୁଛନ୍ତି ଏବଂ ଅନ୍ଯ ରାଜ୍ଯରେ ବି ଅଧିକା ଭତ୍ତା ଟଙ୍କା ପ୍ରଦାନ କରୁଛନ୍ତି କିନ୍ତୁ ଆମ ଗରିବ ମାନଙ୍କୁ ୫୦୦ଟଙ୍କା ଦେଇ ନବୀନ ସରକାର କାହିଁକି ଠକୁଛନ୍ତି ବୋଲି ବୁଢାବୁଢି ମାନେ ପ୍ରଶ୍ନ କରିଥିଲେ। ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିିଣତ କରିବା କହି ଦସ୍ତଖତ ଫର୍ମରେ ସମସ୍ତେ ଦସ୍ତଖତ କରିଥିଲେ । ସଂଗଠନର ସଭାପତି ସୁରେଶ ସଂଗ୍ରାମ, ନାରୀ ନେତ୍ରୀ କବିତା ରାଉତ, ଭତ୍ତାର ପାଇଁ ସଂଗଠନର ସଭାପତି ନିରୋଦ କୁମାର ରାଉତ, ଆଡଭାଇଜର୍ ଅବଦୁଲ ଅଜିଜ୍ ଖାନ୍ ନିଜ ଏବଂ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ନିଜ ବକ୍ତବ୍ଯ ରଖିଥିଲେ। ତା ପରେ ସଂଗଠନରେ ନୂତନ ଭାବରେ ନାରୀ ନେତ୍ରୀ ମନ୍ଦାକିନୀ ବାଣୁଆ, ଯୁବ ସାଥୀ ବିପିନ ଭାରତୀ, ସମାଜସେବୀ ରାଜକିଶୋର ପତି ଓ ଟୁଲୁ ଭାଇ ଯୋଗଦାନ ଦେବା ସହ ନିଜ ନିଜ ମତ ପ୍ରକାଶ କରିଥିଲେ ।

Post a Comment