ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସହର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରାସ୍ତା ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ପାଖରେ ଅନେକ ବର୍ଷ ହେଲା ଦାବୀ କରି ଆସୁଛନ୍ତି ହେଲେ କୌଣସି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସିନାପାଲି ବ୍ଲକ କଲୋନୀ ଠାରେ ଶିଶୁ ମନ୍ଦିର ଅବସ୍ଥିତ ଗଳି ର ଦୁଇ ପାର୍ଶ୍ଵରେ ଘର ଗୁଡ଼ିକ ଗଢ଼ିଉଠିଛି । ରାସ୍ତା ଟି ମରାମତି ଅଭାବରୁ ଜଳ ନିଷ୍କାସନ ହୋଇ ପାରୁନାହିଁ । ଖାଲଖମାରେ ଭର୍ତ୍ତି ହୋଇ ରହିଥିବା ବେଳେ ଅଳ୍ପ ବର୍ଷାରେ ବି ପାଣି ଲହଡ଼ି ଭାଙ୍ଗୁଛି । ଯାହାଫଳରେ କୋମଳମତି ଶିଶୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସିନାପାଲି ସହର ବ୍ୟତୀତ ଅଞ୍ଚଳର ପ୍ରାୟ ୬୫୦ ରୁ ଉର୍ଦ୍ଧ ଶିଶୁ ଶିଶୁମନ୍ଦିରକୁ ପାଠ ପଢ଼ିବା ପାଇଁ ଆସିଥାନ୍ତି ।
ଏଠି ପ୍ରାୟ ୨୯ ଜଣ ଗୁରୁଜୀ ମଧ୍ୟ ଯିବା ଆସିବା କରିଥାନ୍ତି ଏପରିକି ସମସ୍ତ ଅଭିଭାବକମାନେ ମଧ୍ୟ ପ୍ରତିଦିନ ଶିଶୁମାନଙ୍କୁ ନେବା ଆଣିବା କରୁଛନ୍ତି ଏବଂ ଏହି ରାସ୍ତାରେ ୩୦୦ରୁ ଉର୍ଦ୍ଧ ପଡ଼ାବାସି ମଧ୍ୟ ଯିବା ଆସିବା କରିଥାନ୍ତି । ସହରର ଏକ ପ୍ରମୁଖ ବିଦ୍ୟା ଅନୁଷ୍ଠାନ ସିନାପାଲି ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିବାବେଳେ ଏହି ରାସ୍ତା ଉପରେ ଅନେକ ଅଧିକାରୀ, କର୍ମଚାରୀ, ରାଜନୈତିକ ପ୍ରତିନିଧି ନିର୍ବାଚିତ ଜନ ପ୍ରତିନିଧି ସାମ୍ବାଦିକ ସମେତ ଅନେକ ବୁଦ୍ଧିଜୀବୀମାନଙ୍କ ଶିଶୁ ଏଠାକୁ ପାଠ ପଢ଼ିବା ପାଇଁ ଆସିଥାନ୍ତି।ଏପରିକି ଏହି ବ୍ୟକ୍ତି ବିଶେଷ ମାନେ ମଧ୍ୟ ତାଙ୍କର ଶିଶୁ ମାନଙ୍କୁ ନେବା ଆଣିବା କରୁଛନ୍ତି ହେଲେ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ କେହି ଦୃଷ୍ଟି ନ ଦେବା ଅତ୍ୟନ୍ତ ପରିତାପ ର ବିଷୟ ଅଟେ । ଅନେକ ରାସ୍ତା କଂକ୍ରିଟ କରଣ ସାଙ୍ଗକୁ ପକ୍କା କରିବା ପାଇଁ ଅନେକ ପାଣ୍ଠି ଆସୁଥିବା ବେଳେ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । ଏ ବିଷୟରେ ସିନାପାଲି ବି.ଡି.ଓ ସର୍ବେଶ୍ଵର ଜାଲ ଙ୍କୁ ପଚାରିବାରୁ ସେ କନିଷ୍ଟ ଯନ୍ତ୍ରୀ ଙ୍କୁ ପଠାଇବି ତା ପରେ କଣ ଅସୁବିଧା ଅଛି ତାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Post a Comment