ଧର୍ମଗଡ : (ଆଜତକ୍ ଓଡ଼ିଶା) ଧର୍ମଗଡ ବ୍ଲକ ସଭାଗୃହ ଠାରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିପିଏମୟୁ ମିଶନ ଶକ୍ତି ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଶୁଧି ବାଗ ଯୋଗ ଦେଇଥିବା ବେଳେ ସମ୍ମାନିୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ବବିତା ପଟ୍ଟଯୋଷି , ଭବାନୀପାଟାନା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା,ପୂର୍ବତନ ଏନଏସି ଅଧ୍ୟକ୍ଷା ହୀରା ବାଗ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାତି ତ୍ରିପାଠୀ,ଧର୍ମଗଡ ଶିଶୁ ବିକାଶ ଯୋଜନା ଅଧିକାରୀ ସୁଚରିତା ମହାପାତ୍ର ଉପସ୍ଥିତି ରହିଥିବା ବେଳେ ବ୍ଲକ ଗୋଷ୍ଟି ଅଧିକାରୀ ଶରତ କୁମାର ସେଠୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।କାର୍ଯ୍ୟକ୍ରମରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ଗଠନ ଓ ତାର ଉଦ୍ଦେଶ୍ୟ ଉପରେ ବିସ୍ମୃତ ଭାବେ ଶିଶୁ ବିକାଶ ଯୋଜନା ଅଧିକାରୀ ବୁଝାଇଥିଲେ। ବିଶେଷ ଭାବେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା ଉପରେ ଗୁରୁତ୍ବ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ବ୍ୟାଙ୍କ ରୁ ଆସିଥିବା ଅଧିକାରୀ କର୍ମଚାରୀ ମାନେ ଋଣ ଦେବା ନେବା ଓ ତା'ର ସଠିକ ବିନିଯୋଗ କରି ଲଭାବନ ହେବ ଉପରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ବୁଝାଇଥିଲେ। ତେବେ ମୁଖ୍ୟ ଅତିଥି କେବଳ ସ୍ଵଂୟ ସହାୟକ ଗୋଷ୍ଠୀ ଋଣ ଦେବା ନେବା ଭିତରେ ସି ନ ରହିବାକୁ ସରକାର ବିଭିନ୍ନ ପ୍ରକାର ସହାୟତା ଦେବାକୁ ପ୍ରତିବଦ୍ଧ ଥିବା କହିଥିଲେ। ମିଶନ ଶକ୍ତି ମାଧ୍ୟମରେ ନାରୀ ସଶକ୍ତି ସହ ସ୍ୱାଭିମାନ ଭାବେ ସ୍ବାବଲମ୍ବୀ ହୋଇ ଦେଶ ତଥା ରାଜ୍ୟ ବିକାଶରେ ସାମିଲ ହେବାକୁ ମୁଖ୍ୟ ଅତିଥି ବିଧାୟକ ମୌସୁଧି ବାଗ ଅଭିଭାଷଣ ରଖିଥିଲେ।କାର୍ଯ୍ୟକ୍ରମରେ ବ୍ଲକ ର ବିଭିନ୍ନ ଗ୍ରାମରୁ ଶତାଧିକ୍ ମହିଳା ସାମିଲ ହୋଇଥିବା ବେଳେ ଏମବିକେ,ସିଆରପି, ବିଏଲଏଫ ,ଗିଏଲେଏଫ କର୍ମୀ ସମତେ ବିଭିନ୍ନ ବ୍ୟାଙ୍କ ଅଧିକାରୀ କର୍ମଚାରୀ ଉପସ୍ଥିତି ରହିଥିଲେ।
ଧର୍ମଗଡ ବ୍ଲକ ପରିସରରେ ସଚେତନତା କାର୍ଯ୍ୟକ୍ରମ
ଆଜତକ ଓଡ଼ିଶା
0
Post a Comment