କୋରାପୁଟ/ ଜୟପୁର (ଆଜତକ୍ ଓଡ଼ିଶା) କୋରାପୁଟ ଜିଲ୍ଲାର ବୈପାରୀଗୁଡା ଥାନା ଅନ୍ତର୍ଗତ ସହୀଦ ଲକ୍ଷ୍ମଣ ନାଏକଙ୍କ ଏନ୍ତୁଡ଼ିଶାଳ ତେନ୍ତୁଲିଗୁମ୍ମାରେ ମାଟିଲଗ୍ନା ସାହିତ୍ଯ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଶାଳ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ତେନ୍ତୁଳିଗୁମ୍ମା ସ୍ଥିତ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ତାଙ୍କ ନାତି ମଧୁ ନାୟକଙ୍କ ଦ୍ବାରା ମଶାଲ ପ୍ରଜ୍ଜ୍ୱଳନ କରି ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ସ୍ଳୋଗାନ ଦେଇ ତାଙ୍କ ବାସଭବନ କୁ ଯାଇ ଅତିଥି ମାନେ ବ୍ରିଟିଶ ଶାସନ ର ଶୋଷଣ, ଅନ୍ୟାୟ ଅତ୍ୟାଚାର ସହିତ ବୀର ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ, ତଥା ସଂଗ୍ରାମ ଜୀବନୀର ଅଲିଭା ସ୍ମୃତିକୁ ବର୍ଣ୍ଣନା କରିଥିଲେ।
ମାଟିଲଗ୍ନା ସାହିତ୍ଯ ସଂସଦର ତୃତୀୟ ପ୍ରତିଷ୍ଠ ଦିବସ ଉପଲକ୍ଷେ ସପ୍ତାହବ୍ଯାପୀ ବିଭିନ୍ନ କାର୍ଯ୍ଯକ୍ରମ ଜରିଆରେ ଘଟଣା ବହୁଳ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଞ୍ଚଳିକ ଭାଷା,ସାହିତ୍ଯ, ସଂସ୍କୃତି ସହିତ ଐତିହାସିକ ଭିତ୍ତିଭୂମିର ବିକାଶ ପାଇଁ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜିଲ୍ଲା ଉପଦେଷ୍ଟା ସିମାଞ୍ଚଳ ପଣ୍ଡା,ସମ୍ପାଦକ ତଥା ସହୀଦ୍ ଲକ୍ଷ୍ମଣ ନାଏକ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାବତ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭକ୍ତ ମେହେର,ସହକାରୀ ଶିକ୍ଷକ ଅନିଲ କୁମାର ପୂଜାରୀ,ଅଲେଖ ଜେନା,ସନ୍ଯାସୀ ଭୂମିଆ,ନରସିଂହ ଗୌଡ ପ୍ରମୂଖ ଯୋଗ ଦେଇଥିଲେ ।
Post a Comment