ହରଭଙ୍ଗା,, (ସୁଶାନ୍ତ କୁମାର ବେହେରା )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ (ନୂତନ ପେନସନ ଯୋଜନା ଭୁକ୍ତ )ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହରଭଙ୍ଗା ମିଳିତ ଶିକ୍ଷକ ସଂଘ ସଭାପତି କୁମୁଦଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ଵରେ ଚାରିଛକ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାସଂଘ ସାଧାରଣ ସମ୍ପାଦକ ମହେଶ ସେଠୀ ଓ ମିଳିତ ଶିକ୍ଷକ ସଂଘ ସହସମ୍ପାଦକ ପୌଲସ୍ତି ଭୋକ୍ତା ଅତିଥିଭାବେ ଯୋଗଦେଇଥିଲେ । ପ୍ରାଥମିକ ଶିକ୍ଷକମାନଙ୍କର ଶିକ୍ଷାସହାୟକ ଚାକିରି ଅବଧିକୁ ମୂଳ ଚାକିରି ରେ ଗଣନା ସହ ୬ଟି ଇଂକ୍ରିମେଣ୍ଟ ପ୍ରଦାନ,ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ,ସମସ୍ତ ପଦୋନ୍ନତି ନିର୍ଧାରିତ ସମୟ ରେ ସମ୍ପାଦନ , ଅକ୍ସ କ୍ୟାଡର ଶିକ୍ଷକଙ୍କୁ କୁ କ୍ୟାଡର ଭୁକ୍ତ କରିବା ଦାବି ଉପରେ ଆଲୋଚନା ହୋଇଥିଲା । ପ୍ରତିଟି ଦାବି ହାସଲ ପାଇଁ ମିଳିତ ଆନ୍ଦୋଳନ କରିବା ପାଇଁ ମିଳିତ ଶିକ୍ଷକ ସଂଘ କର୍ମକର୍ତ୍ତା ଆହ୍ୱାନ ଦେଇଥିଲେ । ବୈଠକରେ ସର୍ବ ସମ୍ମତିକ୍ରମେ ବ୍ଲକ ସଂଘ ର ପୁନର୍ଗଠନ କରାଯାଇଥିଲା । ନୂତନ ସଭାପତି ଭାବେ ଶିକ୍ଷକ ରଜତ କୁମାର ନାୟକ,ସମ୍ପାଦକ ଭାବେ ଶିକ୍ଷକ ବାମଦେବ ଦାଶ ,ଉପସଭାପତି ଭାବେ ସରୋଜ କୁମାର ସାହୁ , ସହସମ୍ପାଦକ ଭାବେ ଜୟନ୍ତୀ ବେହେରା , କୋଷଧକ୍ଷ୍ୟ ଭାବେ ପ୍ରଶାନ ଭୋକ୍ତା , ମିଡିଆ ସଂଯୋଜକ ଭାବେ ବିଜୟ ସାହୁ ,ନିଳାଞ୍ଚଳ ବିହାରୀ ମିଶ୍ର , ଉପଦେଷ୍ଟା ଭାବେ ବିଜନ ମହାନ୍ତି, ଅଜୟ ମିଶ୍ର ଓ ରଞ୍ଜନ ସାମଲ ଙ୍କ ସହିତ ପାଞ୍ଚଜଣ ସଭ୍ୟଙ୍କୁ ନେଇ ଗଠନ କରଯାଇଥିଲା ।ସରକାର ଯଦି ପୁରୁଣା ପେନସନ ଓ ୬ ବର୍ଷ ଶିକ୍ଷା ସହାୟକ ଅବଧିକୁ ମୂଳ ଚାକିରି ରେ ଗଣନା ସହ ୬ ଟି ଇନ୍କ୍ରିମେଣ୍ଟ ପ୍ରଦାନ ନକରନ୍ତି , ତେବେ ଆଗାମୀ ଦିନରେ ରାଜ୍ୟ ସଂଘ ଆହ୍ଵାନରେ ବ୍ଲକ ସଂଘ ସମସ୍ତ ଶିକ୍ଷକ କୁ ନେଇ ଆନ୍ଦୋଳନ କୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି କୁହାଯାଇଛି । ଶେଷରେ ଶିକ୍ଷକ ବାମଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment