ଜଳେଶ୍ୱର ୨୭/୭:(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ମୁଖ୍ୟ ଡାକଘର ଅଧିନରେ ଝାଡପିମ୍ପଳ ବ୍ରାଞ୍ଚ ପୋଷ୍ଟ ଅଫିସ୍ରେ ଭାରପ୍ରାପ୍ତ ପୋଷ୍ଟ ମାଷ୍ଟର ଦୀର୍ଘଦିନ ଧରି ଲୋକଙ୍କ ଅର୍ଥ ଡାକଘରେ ଜମା ନ କରି ଆତ୍ମସାତ କରିଥିବାର ଅଭିଯୋଗ ହୋଇଛି । ଏହି ଅନୁଯାୟୀ ୩ ଦିନ ଧରି ଡାକ ବିଭାଗର କର୍ମଚାରୀମାନେ ତଦନ୍ତ ଚାଲୁ ରଖିଛନ୍ତି । ଘଟଣାରୁ ପ୍ରକାଶ, ଝାଡପିମ୍ପଳ କିମ୍ବା ନିକଟବର୍ତ୍ତୀ ଅଂଚଳରେ କୌଣସି ବ୍ୟାଙ୍କ ନ ଥିବାରୁ ଲୋକେ ଡାକଘରେ ଟଙ୍କା ଦେଣନେଣ କରିଥାନ୍ତି । କିନ୍ତୁ ସେଠାରେ ଥିବା ପୋଷ୍ଟ ମାଷ୍ଟର ସଂଜୟ କୁମାର ହାଁସଦା ବହୁ ଲୋକଙ୍କ ଟଙ୍କା ଜମା ନ କରି ଆତ୍ମସାତ କରିଥିବାର ସେ ଅଂଚଳର ଜତିନ୍ଦ୍ର ଗିରି, ବରେନ୍ଦ୍ର ଗିରି, ରେବତୀ ଗିରି ପ୍ରମୁଖ ବହୁ ଜମାକାରୀ ଅଭିଯୋଗ କରିଛନ୍ତି । ଟଙ୍କା ଜମାକାରୀ କିମ୍ବା ଜମାଟଙ୍କାର ନେବାକୁ ଆସୁଥିବା ବ୍ୟକ୍ତି ମାନଙ୍କ ଠାରୁ ଲିଖିତ ରସିଦ ପୋଷ୍ଟ ମାଷ୍ଟର ଜଣକ ରଖୁଥିବା ବେଳେ ବାସ୍ତବରେ ଟଙ୍କା ଜମା ନ କରି ଲୋକଙ୍କୁ ଭୁଆ ବନାଉଥିଲେ । କେତେକ ଲୋକଙ୍କ କ୍ଷେତ୍ରରେ ଜଣାଯିବାପରେ ସେ ଅଂଚଳର ବହୁ ବ୍ୟକ୍ତି ଜଳେଶ୍ୱର ମୁଖ୍ୟ ଡାକଘରେ ଅଭିଯୋଗ କରିବାରୁ ଓଭରସିଅର୍ ସମ୍ଭୁନାଥ ମୁର୍ମୁ ୩ ଦିନ ଧରି ତଦନ୍ତ ଜଣାଇଛନ୍ତି । କେତେ ଜଣଙ୍କ ଅର୍ଥ ନିର୍ଦ୍ଦିଷ୍ଟ ସମୟରେ ପୋଷ୍ଟ ଅଫିସ୍ରେ ଜମା କରିନଥିବା ପୋଷ୍ଟ ମାଷ୍ଟର ସଂଜୟ ହାଁସଦା ମାନିଥିବା ଡାକ ଅଧିକାରୀମାନେ କହିଛନ୍ତି । ଗ୍ରାମାଂଚଳର ବିଭିନ୍ନ ସ୍ଥାନରେ ଏପରସି ଘଟଣା ଦେଖିବାକୁ ମିଳୁଥିବାରୁ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Post a Comment