୭ ଦଫା ସମସ୍ୟା ସମାଧାନ ଲାଗି ନାମ୍ପୋ ପଂଚାୟତ ସମ୍ମୁଖରେ ଗଣଧାରଣା


ଜଳେଶ୍ୱର ୨୭/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ନାମ୍ପୋ ପଂଚାୟତର ୭ ଦଫା ବିଭିନ୍ନ ସମସ୍ୟାର ସମାଧାନ ହେଉନଥିବାରୁ ଆଜି ନାମ୍ପୋ ଉନ୍ନୟନ କମିଟି ପକ୍ଷରୁ ପଂଚାୟତ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ସରକାରୀ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚିନଥିବାରୁ ଆଗାମୀ ଦିନରେ ଆମରଣ ଅନଶନ ହେବା ସଂପର୍କରେ ସୂଚନା ଦିଆଯାଇଛି ।ଜଳେଶ୍ୱର ବ୍ଳକ ନାମ୍ପୋ ଏକ ସମସ୍ୟା ବହୁଳ ପଂଚାୟତ । ୬ ହଜାରରୁ ଅଧିକ ଲୋକ ସଂଖ୍ୟା ଥିବା ବେଳେ ଦୀର୍ଘଦିନ ଧରି ବହୁ ସମସ୍ୟା ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ପୂର୍ବ ସୂଚନା ଅନୁଯାୟୀ ଆଜି ନାମ୍ପୋ ଉନ୍ନୟନ କମିଟି ନେତୃତ୍ୱରେ ପଂଚାୟତବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ଓ ଦୁର୍ନିତୀନେଇ ଏହି ଆନେ୍ଦାଳନ ଆରମ୍ଭ ହୋଇଥିଲା । ପିଇବାପାଣି ସମସ୍ୟା, ଯୋଗ୍ୟ ଲୋକଙ୍କ ଭତ୍ତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସମସ୍ତଙ୍କୁ ପାଇଖାନା ଯୋଗାଣ, ରେସନକାର୍ଡ ସମସ୍ୟା ଦୂର, ବିଦ୍ୟୁତ୍ ସମସ୍ୟା ଦୂର, ବିଭିନ୍ନ ରାସ୍ତାଘାଟ ନିର୍ମାଣ ଓ ପାଣି ନିଷ୍କାସନ ଭଳି ସମସ୍ୟାକୁ ନେଇ ଏହି ଗଣଆନେ୍ଦାଳନ କରାଯାଇଥିଲା । ଗୋପାଳ କୃଷ୍ଣ ଜେନା, ସର୍ବେଶ୍ୱର ଦାସ, ବିଧୁଭୂଷଣ ଦାସ, ଅକ୍ଷୟ ଜେନା, ଜୁନୁ ଭୂୟାଁ, ଭକ୍ତବଂଧୁ ଜେନା, ହରିଶ ମିଶ୍ର, କନ୍ଦା ମାରାଣ୍ଡି, ସେକ୍ ସାଦ୍ଦିକ, ଦିପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସଙ୍କ ନେତୃତ୍ୱ ଏହି ଗଣ ଆନେ୍ଦାଳନ ଆରମ୍ଭ ହୋଇଥିଲା । ଜଳେଶ୍ୱର ନିର୍ବଚନ ମଣ୍ଡଳୀ ନେତା ସୁଦର୍ଶନ ଦାସ ଓ ସିପିଏମ୍ ନେତା ଦିପ୍ତିମାନ ଆଚାର୍ଯ୍ୟ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନା ସଭାରେ ଗୋପାଳକୃଷ୍ଣ ଜେନା ସଭାପତିତ୍ୱ କରିଥିଲେ । ଆଗାମୀ ଦିନରେ ବିଦ୍ୟୁତ୍ ଯୋଗାଣ ଲାଗି ଟାଟା କମ୍ପାନୀର ଜନମାରଣ ନିତୀ ଏବଂ ପଂଚାୟତକୁ ମିଳିବାକୁଥିବା ଅର୍ଥରେ ଅଫିସର ଓ ଜନସାଧାରଣ ବସି ଯୋଜନା ପ୍ରସ୍ତୁତ ହେବା ଉଚିତ୍ ବୋଲି ନେତୃସ୍ଥାନୀୟ ବ୍ୟକ୍ତିମାନେ ଘୋଷଣା କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆମରଣ ଅନଶନ ହେବ ବୋଲି କହିଛନ୍ତି । ଏ ସଂପର୍କରେ ସରପଂଚ ଲୋପମୁଦ୍ରା ରାଉଳଙ୍କୁ ପଚାରିବାରୁ ସେ କହିଲେ ପିଇବାପାଣି ସମସ୍ୟା ଓ ରାସ୍ତାଘାଟର ଉନ୍ନତିକରଣ ପର୍ଯ୍ୟୟକ୍ରମେ ହେଉଥିବା କହିଥିଲେ ।

Post a Comment

Previous Post Next Post