ଅନ୍ତ ଘଟାଇ ସୁବର୍ଣ୍ଣପୁର ପୌରପରିଷଦ ପାଇଁ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ତଥା ପୂର୍ବତନ ଉପ ନଗରପାଳ ତାମସୀ ତାମସ୍ମୀତା ନାୟକଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି ନଗରପାଳ ଟିକଟ ପ୍ରଦାନ କରିଛି । ଗତକାଲି ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରାରେବାହାରି ବିଜେଡି କାଉନସିଲରମାନଙ୍କୁ ନେଇ ସୁରେଶ୍ଵରୀ ମନ୍ଦିରରୁ ପୌର କାର୍ଯ୍ୟାଳୟ ଯାଏଁ ଆସିଥିଲେ। ଏହାପରେ ବିଜେଡି ନେତା, କର୍ମୀ ଏବଂ ଅର୍ଥମନ୍ତ୍ରୀଙ୍କ ଉପସ୍ଥିତିରେ ନଗରପାଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।ସେହିଭଳି ବିଜେପି ପକ୍ଷରୁ ପୌରାଧ୍ୟକ୍ଷା ପଦପାଇଁ ବିଜେପି ଜିଲ୍ଲା ଆଇଟିସେଲ୍ ମୁଖ୍ୟ ସୁନିତା ଗିରିଙ୍କ ନାମଘୋଷଣା କରାଯାଇଛି । ପ୍ରାର୍ଥୀଙ୍କୁ ଯୁବ ଓ ଶିକ୍ଷିତ ମତଦାତାଙ୍କ ସମର୍ଥନ ଆଶାକରି ନୂଆ ମୁହଁଙ୍କ ଉପରେ ଭରସା କରିଛନ୍ତି ବିଜେପି ଓ କଂଗ୍ରେସ । ନୂତନ ରଣନୀତି ରେ ବିଜେପି କୁ ନିଶ୍ଚୟ ସମର୍ଥନ ମିଳିବ ବୋଲି ବିଜେପିର ବରିଷ୍ଠ ନେତା ତଥା ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ପ୍ରକାଶ କରିଛନ୍ତି।
ସେହିପରି କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚତୁର୍ଭୁଜ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ରାଜଶ୍ରୀ ଦ୍ୱିବେଦୀକୁ ନଗରପାଳ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ଚତୁର୍ଭୁଜ ଏବଂ ସାନଭାଇ ନରସିଂହ କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ସୂଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିବାରୁ ଦଳ ଆସ୍ଥା ପ୍ରକଟ କରି ଟିକଟ ପ୍ରଦାନ କରିଛି । କଂଗ୍ରେସ ପ୍ରତିସୋନପୁରରେ ଲୋକଙ୍କ ସମର୍ଥନ ରହିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁଧୀର ପଣ୍ଡା | ଆଜି ତିନି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଆଗକୁ ସହରବାସୀ କେଉଁଦଳ କୁ ସମର୍ଥନ ଦେବେ ଦେଖିବାକୁ ବାକିରହିଲା ା
Post a Comment