ପୂର୍ବତନ ନାଏବ ସରପଂଚ ବ୍ରଜେଶ୍ୱରୀ ଗିରିଙ୍କ ପରଲୋକ


ଜଳେଶ୍ୱର ୨୫/୭:(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ନଛିମପୁର ପଂଚାୟତର ପୂର୍ବତନ ନାଏବ ସରପଂଚ ବ୍ରଜେଶ୍ୱରୀ ଗିରିଙ୍କ ୭୧ ବର୍ଷ ବୟସରେ ପରଲୋକ ଘଟିଛି । କିଛିଦିନ ଧରି ସେ ଯକୃତ କର୍କଟ ରୋଗରେ ପିଡିତ ଥିଲେ । ଆଜି ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ଜ୍ଞାତି, କୁଟୁମ୍ବ ଓ ପରିବାରବର୍ଗ ଉପସ୍ଥିତ ଥିବାବେଳେ ଗାଁ ଶ୍ମାଶାନରେ ପୁଅ ସପନ ଓ ତପନ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରପୋକାରୀ, ସ୍ନେହୀ, ଧର୍ମପ୍ରାଣା, ଦୃଢ ସଂଗଠକ ଓ ଦରଦୀ ମଣିଷ ଥିଲେ । ସେ ୨୦୦୭ରେ ନାଏବ ସରପଂଚ ଥିବା ବେଳେ ୨୦୧୨ରେ ୱାର୍ଡ ସଦସ୍ୟଭାବେ କାର୍ଯ୍ୟ ତୁଲାଇଥିଲେ । ତାଙ୍କ ମୃତ୍ୟୁରେ ପୂର୍ବତନ ସରପଂଚ ସୁଦାମ ପାତ୍ର, ବିନୟ କୁମାର ଜେନା, ଦୀପାଳୀ ଜେନା, ଅକ୍ଷୟ ଜେନା, କଂଗ୍ରେସ ନେତା ସୁଦର୍ଶନ ଦାସ, ରାଜୀବ ପରିଡା, ଚିତ୍ତରଂଜନ ପରିଡା, ସପନ ଜେନା, ସୁଶାନ୍ତ ଦେ, ଆଶିଷ ଜେନା, ଲକ୍ଷ୍ମିଧର ଗିରି, ସୁଶିଲ ମହାନ୍ତି, ନରୋତ୍ତାମ ପ୍ରଧାନ, ହରିଶ୍ଚନ୍ଦ୍ର ଗିରି, ସୁବଳ ପାତ୍ର, ଯଜେ୍ଞଶ୍ୱର ଦତ୍ତ, ସରପଂଚ ରାଜେଶ ଜେନା, ମଧୁସୂଦନ ସିଂ, ସ୍ଥାନୀୟ ସ୍କୁଲର ବହୁ ଶିକ୍ଷକ ତାଙ୍କର ଶେଷ ଦର୍ଶନ କରିଥିଲେ ।

Post a Comment

Previous Post Next Post