ବାଲେଶ୍ଵର,୨୩/୭ (ଲକ୍ଷ୍ମୀଧର ବାରିକ) ନୀଳଗିରି ବ୍ଲକ ଗରଡିହି ପଞ୍ଚାୟତ ଅର୍ଜୁନ ସିଂ ଙ୍କ ୭ ବର୍ଷର ନାବାଳିକା ଝିଅ ସେଲିନା ଚାରିଦିନ ହେବ ନିଖୋଜ ହୋଇଯାଇଥିଲା। ମାଙ୍କ କଥାରେ ରାଗି ସେଲିନା ଘରୁ ରାଗି ପଳେଇଯାଇଥିଲେ।ତିନି ଦିନ ଚାରିଆଡେ ବୁଲି ବୁଲି ଖୋଜାଖୋଜି କରିବା ପରେ ବରହମପୁର ଥାନାରେ ଏକ ନିଖୋଜ ମାମଲା ଦାୟର କରିଥିଲେ। କୁଞ୍ଚିବଣିଆ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ଯିଏ ଝିଅ ସେଲିନାକୁ ରାସ୍ତାରେ ବୁଲୁଥିବା ଦେଖି ଘର କେଉଁଠି ଓ ନାଁ କଣ ପଚାରିଥିଲେ। ଝିଅଟି ଭୟଭୀତ ହୋଇଥିବାରୁ କିଛି କହିପାରିନଥିଲା।କିଛି ନକହିପାରିବାରୁ ଝିଅଟିକୁ ଘରେ ନେଇ ଖାଇବାକୁ ଦେଇଥିଲେ। ଗଣମାଧ୍ୟମରେ ଖବର ଦେଖିବା ପରେ ଗତକାଲି ଝିଅକୁ ନେଇ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଥିଲେ। ଝିଅକୁ ପାଇ ଅର୍ଜୁନ ଖୁସିରେ ଭାବବିହୋଳ ହୋଇ କାନ୍ଦିପକାଇଥିଲେ। ୪ ଦିନ ପରେ ବାପାର କୋଳକୁ ଫେରିଛି ଝିଅ ସେଲିନା ପରିବାରରେ ଖୁସିରେ ସୀମା କହିଲେ ନସରେ। ଇଶ୍ବର ଝିଅକୁ ନୂଆ ଜନ୍ମ ଦେଇଛନ୍ତି ବୋଲି କହିଛନ୍ତି ବାପା ଅର୍ଜୁନ।
ବାପା କୋଳକୁ ଫେରିଲା ଝିଅ ସେଲିନା
ଆଜତକ ଓଡ଼ିଶା
0
Post a Comment