ବରଷାର ଏ ଧାରା ବହି
ଶ୍ରାବଣ ଆସିଛି ପିକ କଲାଣି ରାବ
ପୁଲକିତ ହୁଏ ଏ ମହୀ ।।
ଶ୍ରାବଣ ଆସିଛି ସବୁଜର ସୁଷମା
ବାଣ୍ଟି ଦେଇ ଏ ମର୍ତ୍ତ୍ୟପୁରେ
ଶ୍ରାବଣ ଆସିଛି ଯେ ସାଧବ ବୋହୂର
ନାଲି ପାଟ ତା ପଣତରେ ।।
ଶ୍ରାବଣ ଆସିଛି ନଦୀ ଓ ପୁଷ୍କରିଣୀ
ପୂରିତ ଆଜି ଯୌବନରେ
ଶ୍ରାବଣ ଆସିଛି ଯେ ପ୍ରୀତିର ବଳୟେ
ମିଠା କୋମଳ ପବନରେ ।।
ଶ୍ରାବଣ ଆସିଛି ବିରହୀ ସୁପ୍ତ ପ୍ରାଣ
ହେଲାଣି ହୃଦେ ପ୍ରସାରିତ
ସାଧିଛି ବିହ୍ଵଳିତ ପ୍ରେମ ବାସନାରେ
ବିରହ ପାଇଁ ହୁଏ ରତ ।।
ଶ୍ରାବଣ ଆସିଛି ଜମେ କାଉଡିଆଙ୍କ
ପଡେ ବୋଲବମ ଡାକରା
ଶ୍ରାବଣ ଆସିଛି ଯେ ଓଁ ନମଃ ଶିବାୟ
କମ୍ପେ ହର ଶିବ ଓଁକାରା ।।
ତ୍ରିନାଥ ପଟ୍ଟନାୟକ
(ଯୁବ ଅଧ୍ୟାପକ ତଥା କବି)
ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର
ପୋ:ଜିଲ୍ଲା- କୋରାପୁଟ
ମୋ:9438362172
Post a Comment