ଖପ୍ରାଖୋଲ (ଗଣେଶ ଦାସ) ଖପ୍ରାଖୋଲ ପୋଲିସ ପକ୍ଷରୁ ରବିବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସମାଜରେ ଚାଲିଥିବା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ସହ ପ୍ରତ୍ୟେକ ପରିସ୍ଥିତିରେ ପୋଲିସର ସହାୟତା ନେବା ପାଇଁ ଲୋକଙ୍କୁ କହିଥିଲେ । ପରିବାରରେ ସମସ୍ତଙ୍କ ସହ ସୁ-ସମ୍ପର୍କ ରକ୍ଷାକରିବା ସହ ଛାତ୍ର ଛାତ୍ରୀ ଯେପରି କୌଣସି ପରିସ୍ଥିତିରେ ନିଜ ଲକ୍ଷ ବିଚ୍ୟୁତି କରିବେ ନାହିଁ କି କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ନ ହୁଅନ୍ତି ସେ ଦିଗରେ ବାପା ମା ସତର୍କ ରହିବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ ଗାଁରେ ଘଟୁଥିବା ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସର ସାହାଯ୍ୟ ନେବା ପାଇଁ ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆପାଲି ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ଆମ ପୋଲିସ ସମିତି ସଦସ୍ୟ ଯୋଗଦେଇଥିଲେ ।

Post a Comment