ସୁନହଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ


ବାଲେଶ୍ଵର,୩୧/୭(ଲକ୍ଷ୍ମୀଧର ବାରିକ): ବାଲେଶ୍ଵର ସହର ସୁନହଟସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମଣିନାଗେଶ୍ୱର୍ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜୟଚନ୍ଦ୍ର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଭୀମପୁରା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ମହାରଣା ପିଲାମାନଙ୍କୁ ବିଜ୍ଞାନର ଉପାଦେୟତା ସମ୍ବନ୍ଧରେ ମାର୍ଗ ଦର୍ଶନ କରାଇଥିଲେ। ଏହି ମେଳାରେ ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ, ପତ୍ରବାଚନ, ନିବନ୍ଧ ଲିଖନ, ଆଶୁ ଭାଷଣ,ମୂର୍ତ୍ତିକଳା ଆଦିରେ ସମୁଦାୟ ୧୫୦ ଜଣ ଛାତ୍ରଛାତ୍ରୀ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ବିଦ୍ୟାଳୟର ସଭାପତି ବ୍ୟୋମନଥ ରଥ, ଉପସଭାପତି ସୁଶାନ୍ତ କୁମାର ନାୟକ, ସମ୍ପାଦକ ଗୌରମୋହନ ବେହେରା, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ବିନ୍ଧାଣୀ, ସହ ସମ୍ପାଦକ ଦେଵବ୍ରତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ବାରିକ୍ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ବର୍ଗର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିପରି ଭାବରେ ପରିଚାଳନା କମିଟିର ଅନ୍ୟ ସଦସ୍ୟ ସଦସ୍ୟା, ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ସଞ୍ଜିବ ମହାପାତ୍ର ଓ ଅନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗକ୍ରମେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଯାଇଛି। ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ସଂଗ୍ରାମ କେଶରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post