ବିଶ୍ଵ ଜନସଂଖ୍ୟା ଦିବସ ପାଳିତ


ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସଇଁନ୍ତଲା ବ୍ଲକର ତହସିଲଦାର ମନସ୍ପିଲ୍ଡ଼ କେରକେଟା ଓ ମୁଖ୍ୟ ବକ୍ତା ଭାବରେ ସଇଁନ୍ତଲା ଡାକ୍ତରଖାନାର ଡ. ବିଶ୍ଵଜିତ ମିଶ୍ର ଯୋଗଦେଇ ଥିଲେ । ବିଶ୍ଵ ଜନସଂଖ୍ୟା ବିଷୟ ଉପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ପାଳନ କରାଯାଏ ବିଶ୍ଵ ଜନସଂଖ୍ୟା ଦିବସ । ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମର ସଂଚାଳନା ପରିଷଦ ଦ୍ଵାରା ୧୯୮୯ ମସିହାରେ ଏହା ସ୍ଥାପନା କରାଯାଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ସନ୍ତୁଳିତ କରିବା । ଭାରତରେ ଜନସଂଖ୍ୟା ଏଭଳି ଦ୍ରୁତଗତିରେ ବଢ଼ିବାର କାରଣ ନେଇ ଏବେ ବୈଜ୍ଞାନିକ ଓ ସମାଜବିଜ୍ଞାନୀମାନଙ୍କ ଗବେଷଣା ମତରେ କମ୍ ବୟସରେ ବିବାହ ଆମ ଦେଶରେ ଜନସଂଖ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ । ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦେଶର କେତେକ ଅଞ୍ଚଳରେ ୧୮ ବର୍ଷରୁ କମ୍ ବୟସର ଝିଅମାନେ ବିବାହ କରୁଛନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ପନ୍ଦର ପ୍ରତିଶତ ହୋଇଥ‌ିବାବେଳେ ସେହି ସବୁ ଅଞ୍ଚଳରେ ଅଧିକ ସନ୍ତାନ ଜନ୍ମ ହେଉଥିବାର ଦେଖାଯାଉଛି । ଏଭଳି କ୍ଷେତ୍ରରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଲେ କି ଭୟଙ୍କର ସ୍ଥିତି ଉପୁଜିବ, ତାହା ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ । ଆଜିଠୁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ଭବିଷ୍ୟତରେ ସ୍ଥିତି ଭୟାବହ ସୁନିଶ୍ଚିତ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ସମୀର ସେଠୀ, ଦୀପକସେନ ଧରୁଆ, ହିମାଂଶୁ ଶେଖର ବିଶ୍ୱାଳ, କୃପାସିନ୍ଧୁ ମିଶ୍ର , ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ, କାନ୍ତି ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ପରିଚାଳନା କରିଥିଲା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post