ବସ୍ତା (ପ୍ରଭାକର ମଲ୍ଲିକ) ରାଜ୍ୟ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ହୁଅନ୍ତୁ। ହରିଜନ କଲ୍ୟାଣ ତଥା ମହିଳା ମାନଙ୍କୁ ସମ୍ମାନ ଦେବାପାଇଁ ନାନାଦି ଆଇନ୍ କରିଥିଲେ ମଧ୍ୟ ତାହା ବାବୁଙ୍କ ନାଲି ଫିତାତଳେ ଚାପିହୋଇ ଯାଉଥିବା ଦେଖିବାକୁ ମିଳୁଛି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଧୀନ ସାଉଡି ଗ୍ରାମରେ।ସରପଞ୍ଚ ପଞ୍ଚାୟତର ଉନ୍ନତି ପାଇଁ ଲୋକଙ୍କ ଜନ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ରକ୍ଷକ ହୋଇ ଭକ୍ଷକ ସାଜି ଏକ ହରିଜନ ପରିବାର ଉପରେ ଆକ୍ରୋଶ ମୂଳକ ଭାବରେ ଭୂମିହୀନ ପରିବାରକୁ ବେଘର୍ କରିବାର ଷଡ଼ଯନ୍ତ୍ର କରିଥିବାରୁ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।ଫଳରେ ନ୍ୟାୟ ପାଇଁ ହରିଜନ ପରିବାର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ସିଂଲା ଥାନା ସାଉଡି ପଞ୍ଚାୟତର ଦେବେନ୍ଦ୍ର ମଲ୍ଲିକ ଙ୍କ ପରିବାର ବେସ୍ ହସଖୁସିରେ ଚାଲିଥିଲା। ଭୂମିହୀନ ତଥା ଗରୀବ ହେଲେ ମଧ୍ୟ ସ୍ବାଭିମାନ ସହକାରେ ନିଜେ ରୋଜଗାର କରି, ଭୂମିହୀନ ହୋଇସୁଦ୍ଧା ସରକାରୀ ଜମିରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ସ୍ଥାଇ ଘର କରି ରହି ଆସୁଛନ୍ତି। ତେବେ ହସଖୁସି ସଂସାର ଉପରେ ହଠାତ୍ ଲୋଲୁପ ଦୃଷ୍ଟି ପଡିଲା ସ୍ଥାନୀୟ ସାଉଡି ପଞ୍ଚାୟତର ସରପଞ୍ଚ ଧରଣୀଧର ମଲ୍ଲିକ ଙ୍କର।ରକ୍ଷକ ହୋଇ ଭକ୍ଷକ ସାଜିଲେ , ନ୍ୟାୟ ଦେବା ବଦଳରେ ଅନ୍ୟାୟର ସାଥ୍ ଦେବାସହ ଉଦ୍ଦେଶ୍ୟ ମୂଳକ ଭାବରେ ଆକ୍ରୋଷ ରଖି ସରକାରୀ ଯୋଜନାର ଦ୍ବାହି ଦେଇ ଦେବେନ୍ଦ୍ର ମଲ୍ଲିକ ଙ୍କ ପରିବାରକୁ ବେଘର କରିବା ପାଇଁ ଓ ସେଠାରେ ବେଆଇନ୍ ଭାବରେ ଯୁବ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ନିମନ୍ତେ ସ୍ଥାନୀୟ ଅସାମାଜିକ ତଥା ଗୁଣ୍ଡା ପ୍ରବୃତ୍ତି ଥିବା ବିକ୍ରମ ବେହେରାଙ୍କୁ ଧରି ଘରେ କେବଳ ଗର୍ଭବତୀ ସ୍ତ୍ରୀ ଲୋକଟି ଥିବା ଅବସ୍ଥାରେ ବଳପୂର୍ବକ ବାଢକାଟି ବାଲି ଇତ୍ୟାଦି ପକାଇବା ସହ ଘରେ ଥିବା ମହିଳା ଜଣଙ୍କ ଏହାର ପ୍ରତିବାଦ୍ କରିବାରୁ ସରପଞ୍ଚ ଧରଣୀଧର ମଲ୍ଲିକ ଓ ସାଥି ଗୁଣ୍ଡା ବିକ୍ରମ ବେହେରା ଗର୍ଭବତୀ ମହିଳାଙ୍କ ସହ ଅଭଦ୍ର ଆଚରଣ କରିବା ପରେ ଘରେ ପଶି ଟଙ୍କା ଓ ଗହଣା ନେଇଯାଇଥିବାର ଲିଖିତ ଅଭିଯୋଗ ପୀଡ଼ିତା ଙ୍କ ଶାଶୁ ଗଲୋକ ମଣି ମଲ୍ଲିକ କରିଥିବା ବେଳେ ଅଦ୍ୟାବଧି ସିଂଲା ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପ୍ରତିବାଦରେ ବସ୍ତା ବ୍ଲକର ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଠାରେ ନ୍ୟାୟ ପାଇଁ ନିବେଦନ କଲେ ଗଲୋକ ମଣି ମଲ୍ଲିକ ଓ ତାଙ୍କ ପରିଵାର। ତେବେ ଲୋକଙ୍କୁ ନ୍ୟାୟ ଦେବାପାଇଁ ନୀର୍ବାଚିତ ଜନପ୍ରତିନିଧି ସରପଞ୍ଚ ଧରଣୀଧର ମଲ୍ଲିକ ଙ୍କୁ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ଙ୍କ ଠାରେ ଦାବି କରିଛନ୍ତି ପୀଡ଼ିତା ପରିବାର ।ସରପଞ୍ଚ ନିଜ କ୍ଷମତାର ଅପବ୍ୟବହାର କରି ଜଣେ ଗରୀବ ଭୂମିହୀନ ହରିଜନ ପରିବାରକୁ ବାସ ଚ୍ୟୁତ କରିବା ପାଇଁ କରାଯାଇଥିବା ଷଡ଼ଯନ୍ତ୍ର କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ସିଂଲା ପୋଲିସ୍ ର ଅପାରଗତାକୁ ମଧ୍ୟ ସାଧାରଣ ଜନତା ନିନ୍ଦା କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯୁବ ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ ପାଇଁ ପାଇଁ ଗ୍ରାମର ହେମନ୍ତ ମଲ୍ଲିକ ଘର ପାଖରେ ସରକାରୀ ଏଷ୍ଟି ମେଣ୍ଟ ଥିବା ବେଳେ ସେଠାରେ ସରକାରୀ ଗୃହ ନିର୍ମାଣ ନକରି ଜୋର୍ ଜବରଦସ୍ତି ବେଆଇନ କାମ କରୁଛନ୍ତି । ଅନେକ ସରକାରୀ ଜମି ଦଖଲ ମୁକ୍ତ ଥିବାବେଳେ କାହିଁକି ଭୂମିହୀନ ହରିଜନ ପରିବାରର ଉପରେ ଅତ୍ୟାଚାର କରୁଛି ସ୍ଥାନୀୟ ସରପଞ୍ଚ । ତେବେ ଦେଖିବାକୁ ବାକି ରହିଲା ସରପଞ୍ଚଙ୍କ ଏପରି ବେଆଇନ୍ କାର୍ଯ୍ୟ ଉପରେ ଜିଲ୍ଲାପାଳ କ'ଣ ନେଉଛନ୍ତି ପଦକ୍ଷେପ୍।

Post a Comment