ବାଲେଶ୍ବର, ୧୧/୭ (ଲକ୍ଷ୍ମୀଧର ବାରିକ୍) ବାଲେଶ୍ବର ସହର ସ୍ଥିତ ଫକୀରମୋହନ ଅଟୋନମସ୍ କଲେଜରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ ବାଲେଶ୍ବର ଅନ୍ ସି, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ ଏବଂ ଜାତୀୟ ସେବା ଯୋଜନା(ଏନ୍ଏସ୍ଏସ୍) ୟୁନିଟ୍ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କ୍ୟାମ୍ପସରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇ ଏହାର ଯତ୍ନ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଉପସ୍ଥିତିରେ ଅନିରୁଦ୍ଧ ବେହେରା, ରୋଟାରୀ କ୍ଲବ ଅନ୍ ସି’ର ଉପସଭାପତି ଏମ୍ଡି ମୁକ୍ତାର ଅହମ୍ମଦ, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ସୁଶାନ୍ତ ବାଗ୍ ଓ ସ୍ମୃତିରେଖା ଟୁଡୁ, ରେଡ୍ କ୍ରସ ଅଫିସର ବିଭୂଦତ୍ତ ବେହେରା, ରଂଜନ ସାହୁ, ରାଜେଶ ରାଉତ, ଆରିଫ୍ ରାଜା, ମଧୁସ୍ମିତା ଘଡ଼େଇ, ସଂଯୁକ୍ତା ସାହୁ, ହରିଶ ପଟେଲ, ଗୌରୀଶଙ୍କର ମାଇତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଚାରା ରୋପଣ କରିଥିଲେ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକମାତ୍ରାରେ କିପରି ପ୍ରସାର କରାଯାଇପାରିବ ସେ ଦିଗରେ ଅଧ୍ୟକ୍ଷ ଶ୍ରୀ ଘୋଷ ଗୁରୁତ୍ବାରୋପ କରିଥିଲେ।

Post a Comment