ନୂଆପଡା ଜିଲ୍ଲା ର ଖରିଆର ରୋଡରେ ପ୍ରଥମ କରି ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ


ନୂଆପଡ଼ା (ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ଖରିଆର ରୋଡରେ ଜିଲ୍ଲାର ପ୍ରଥମ କରି ଟ୍ରାଫିକ ପୋଷ୍ଟ ସେବା ଆରମ୍ଭ ହୋଇଅଛି। ନଗରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢି ଯାଇଥିବାବେଳେ ଏହାର ସମାଧାନ ପାଇଁ ବହୁ ଦିନରୁ ଜନସାଧାରଣଦାବୀ କରିଆସୁଥିଲେ । ଟ୍ରାଫିକ ବ୍ୟବସ୍ଥା ଦ୍ୱାରା ଭିଡ ନିୟନ୍ତ୍ରଣ ହେବା ସହ ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ। ଟ୍ରାଫିକ ନିୟମ ମୁତାବକ ଯାତାୟତ ନେଇ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଖରିଆର ରୋଡ ନଗରପାଳ ସୋନିଆ ଜୈନ, କାର୍ଯନିର୍ବାହୀ ଅଧିକାରୀ କମଳାକାନ୍ତ ରଥ, ସାଂସଦ ପର୍ତିନିଧି ଗୋଲାଡି ଅଗ୍ରୱାଲ, ନାଗରିକ, ବୁଦ୍ଧିଜୀବୀ, ୱାର୍ଡ ସଭ୍ୟ ସଭ୍ୟା ମାନେ ଯୋଗ ଦେଇ ଟ୍ରାଫିକ ପୋଲିସ ସେବା ଆରମ୍ଭ କରିଛନ୍ତି। ଟ୍ରାଫିକ ପୋଲିସ ସେବା ଆରମ୍ଭ ନେଇ ନଗର ବାସୀ ତରଫରୁ ନୂଆପଡ଼ା ଆରକ୍ଷୀ ଅଧ୍ୟକ୍ଷକଙ୍କୁ ଧନ୍ୟବାଦ ଦେଇଛନ୍ତି ।

Post a Comment

Previous Post Next Post