ବାଲେଶ୍ଵର,୧୬/୭,(ଲକ୍ଷ୍ମୀଧର ବାରିଜ):ଚାକିରୀ ନାମରେ ଠକେଇ ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ୯ ଗିରଫ ବିଭିନ୍ନ ସରକାରୀ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଠକୁ ଥିବା ଏକ ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରୁଛି ବାଲେଶ୍ଵର ପୋଲିସ।ରବିବାର ଏହି ଗ୍ୟାଙ୍ଗଷ୍ଟର ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିବା ସହ ଠକେଇରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଥିବା ବାଲେଶ୍ଵର ଏସପିଙ୍କ କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏସପି ନାଥଙ୍କ ସୂଚନା ମୁତାବକ ଏହି ଗ୍ୟାଙ୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ ଶିକ୍ଷିତ ଯୁବ ଗୋଷ୍ଠୀଙ୍କୁ ଚାକିରୀ ଦେବା ଅଳରେ ଠକିଛନ୍ତି। OJEE ମେନ୍,SSC ର CGL ଭଳି ବିଭିନ୍ନ ସରକାରୀ ଚାକିରୀ ପାଇଁ ୧୦ ରୁ ୧୬ ଲକ୍ଷ ଟଙ୍କା ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଆଦାୟ କରିଛନ୍ତି।ଏହି ବେଆଇନ କାମ ବାଲେଶ୍ଵର ସିମନ୍ତବର୍ତ୍ତି ଦିଘାରେ ଏହି କାମ ଚାଲିଥିଲା।ଏହି ସୂଚନା ମିଳିବା ପରେ ପୋଲିସ ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାରୁଣୀ ପୋଲ ପାଖରେ କିଛି ଅଭିଯୁକ୍ତଙ୍କୁ ଧରିଥିଲେ।ସେଠାରୁ ଅଧିକ ସୂଚନା ମିଳିବା ପରେ ଅନ୍ୟମାନଙ୍କୁ ଦିଘରୁ ଗିରଫ କରାଯାଇଥିଲା। ଏ ନେଇ ସହଦେବ ଖୁଣ୍ଟା ପୋଲିସ ପକ୍ଷରୁ କେସ ନମ୍ବର ୩୦୩/୨୩ମୂଳେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୧୫ ମୋବାଇଲ,୩ଟି ବ୍ୟାଙ୍କ ବ୍ଲାଙ୍କ ଚେକ୍ ,ଗୋଟିଏ ବସ,ଗୋଟିଏ ସ୍କ୍ରପିଓ, ଟ୍ରାଭେଲାର,କାର,ଅସଲି ପ୍ରମାଣ ପାତ୍ର,ନଗଦ ୨୨ହଜାର ୫୦୦ ଟଙ୍କା ଆଦି ଜବତ କରାଯାଇଛି।
ସିଜିଏଲ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ଅନ୍ତଃରାଜ୍ୟ ରାକେଟର ୯ ଗିରଫ
ଆଜତକ ଓଡ଼ିଶା
0
Post a Comment