କୋରାପୁଟ : (ଆଜତକ୍ ଓଡ଼ିଶା) ଆନ୍ଧ୍ରପ୍ରଦେଶ ରାଜ୍ୟ ଗିଦଲୁର୍ ସ୍ଥିତ ସରସ୍ବତୀ କଲେଜ ଅଫ୍ ଏଜୁକେଶନ୍ ପ୍ରାଙ୍ଗଣରେ ବି.ଇଡି.ପ୍ରଥମ ସେମିଷ୍ଟାର ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସୁରୁଖୁରୁରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଓଡିଶାର କୋରାପୁଟ, ଭଦ୍ରକ, ବାଲେଶ୍ୱର, ଯାଜପୁର ତଥା ଭୁବନେଶ୍ୱର ଅଞ୍ଚଳର ପ୍ରାୟ ୧୦୦ ଛାତ୍ର ଛାତ୍ରୀ ଯୋଗ ଦେଇ ବି.ଇ.ଡି ପରୀକ୍ଷା ଦେବାକୁ ଆସିଥିବା ଦେଖିବାକୁ ମିଳିଅଛି । ତେବେ ଏହି ବନ୍ଧୁ ମିଳନ ଅବସରରେ iiit ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଣଜିତ ମହାନ୍ତି, ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ ପ୍ରଧାନ, ଗିଡେନ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ବି.ରମେଶ, ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ, ଅଧ୍ୟାପକ ସୂର୍ଯ୍ୟପ୍ରସାଦ ପଣ୍ଡାଙ୍କ ସହ ଅନୁଷ୍ଠାନର ପ୍ରାୟ ୩୦ ରୁ ଉର୍ଦ୍ଧ ଶିକ୍ଷାର୍ଥୀ ଉପସ୍ଥିତ ରହି ନିଜ ନିଜର ସ୍ମୃତି ସାଉଁଟିଥିବା ଦେଖିବାକୁ ମିଳିଅଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ, ଶିକ୍ଷକ ଏବଂ ଶିକ୍ଷାର୍ଥୀ ସାମିଲ୍ ହୋଇ ବହୁ ଖୁସି ଥିବା ଦେଖାଦେଇଅଛି ।
ବି.ଇଡି.ପ୍ରଥମ ସେମିଷ୍ଟାର ଶିକ୍ଷାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ ସୁରୁଖୁରୁରେ ପାଳିତ
ଆଜତକ ଓଡ଼ିଶା
0
Post a Comment