ଅସୁସ୍ଥ କିଶୋରଙ୍କୁ ଭେଟିଲେ ଭାଜପା ମୁଖପାତ୍ର


ବାଲେଶ୍ଵର,୨୩/୭ (ଲକ୍ଷ୍ମୀଧର ବାରିକ): ଖଇରା ବ୍ଲକରେ କାର୍ଯ୍ୟରତ ଖବରଦାତା କିଶୋର କୁମାର ବେହେରାଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ସେ ଏବେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଅବସରରେ ଭାଜପା ରାଜ୍ୟ ମୁଖପାତ୍ର ତଥା ମୁକୁନ୍ଦ ପ୍ରସାଦ ଫାଉଣ୍ଡେସନର ସମ୍ପାଦକ ଠାକୁର ରଞ୍ଜିତ ଦାସ ତାଙ୍କୁ ଭେଟି ସହଯୋଗର ହାତ ବଢାଇବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ବେହେରା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।

Post a Comment

Previous Post Next Post