ଅଗ୍ନୀକାଣ୍ଡରେ ଜଳି ଗଲା ଦୋକାନ ଘର


ବାଲେଶ୍ଵର, ୨୩/୭ (ଲକ୍ଷ୍ମୀଧର ବାରିକ): ସଦର ବ୍ଲକ କୁରାଡ଼ିହା ପଞ୍ଚାୟତ ଅନ୍ତର୍ଗତ ମଲ୍ଲିସାହି ଗ୍ରାମର ପ୍ରାଥ କୁମାର ଜେନା ଦୋକାନ ଘର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ଗାଁ ଲୋକେ ଦମକଳକୁ ଫୋନ କରି ଜଣାଇଥିଲେ। ଖବର ପାଇ ବସ୍ତା ଦମକଳ ବିଭାଗ କର୍ମଚାରୀ ଆସି ନିଆଁକୁ ଆୟତ କରିଲା ବେଳକୁ ଦୋକାନ ପୋଡିକି ସମ୍ପୁର୍ଣ୍ଣ ନଷ୍ଟ ହେଇଯାଇଥିଲା। ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି। କଉ କାରଣରୁ ନିଆଁ ଲାଗିଛି ତାହା ଜଣା ପଡୁନାହିଁ।

Post a Comment

Previous Post Next Post