ଅନନ୍ତ କୁମାର ସେନାପତିଙ୍କ ଉଦ୍ଧେଶ୍ୟରେ ଟାଉନ କଂଗ୍ରେସର ସ୍ମୃତି ସଭା


ଜଳେଶ୍ଵର ୨୬ / ୭(ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସ୍ଥିତ ସନ୍ତିଆ ଗ୍ରାମ ୧୦ ନମ୍ବର ୱାର୍ଡର ଶ୍ରୀଯୁକ୍ତ ଅନନ୍ତ କୁମାର ସେନାପତିଙ୍କ ଏକାଦଶାହ ଉପଲକ୍ଷେ ଜଳେଶ୍ୱର ଟାଉନ କଂଗ୍ରେସ ପକ୍ଷରୁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ଅନନ୍ତ ସେନାପତିଙ୍କ ଜନ୍ମ ୧୯୩୭ ମସିହାରେ ହୋଇଥିଲା ବେଳେ ଆଜୀବନ ଜଣେ କଂଗ୍ରେସ କର୍ମୀ ହିସାବରେ ସେ ରହି ଆସିଥିଲେ ଏବଂ କଂଗ୍ରେସ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଜଳେଶ୍ଵର ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଏବଂ ବିଶିଷ୍ଟ କଂଗ୍ରେସ ନେତା ଶ୍ରୀ ବସନ୍ତ ଦାସଙ୍କ ସେ ହେଉଛନ୍ତି ସାନ ଭାଇ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ସଭାରେ ସଞ୍ଜୟ ଦାସ ସଭାପତିତ୍ବ କରିଥିବା ବେଳେ କଂଗ୍ରେସର ରାଜ୍ୟ ପ୍ରବକ୍ତା ତଥା ଜଳେଶ୍ଵର ନେତା ଶ୍ରୀ ସୁଦର୍ଶନ ଦାସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାଂପ୍ରତିକ ସମୟରେ ଶ୍ରୀ ସେନାପତିଙ୍କ ଭଳି ସଚା କଂଗ୍ରେସ କର୍ମୀର ବହୁତ ଆବଶ୍ୟକତା ଅଛି ବୋଲି ଶ୍ରୀ ଦାସ କହିଥିଲେ । ଶ୍ରୀ ସେନାପତିଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଏକ ମିନିଟ ନିରବତା ପାଳନ କରା ଯାଇଥିଲା । ଅନ୍ୟମାନଙ୍କ ଭିତରେ ଟାଉନ କଂଗ୍ରେସ ସଭାପତି ଶ୍ରୀ ଗିରିଜା ଶଙ୍କର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ ଗିରି, କିଶାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ନାରୀନେତ୍ରୀ ରାଧାରାଣୀ ପାତ୍ର, ଜଗଦୀଶ ବନ୍ଦୀ, ସୋଭିକ କୁମାର ଜେନା, ଅଶ୍ଵିନୀ ଜେନା, ଦୂର୍ଗା ଶଙ୍କର ଦାସ, ସୁରେନ୍ଦ୍ର ଚୌଧୁରୀ, ପ୍ରୁଥୁ ଚରଣ ପାତ୍ର, ବଡ଼ ପୁଅ ନିମାଇ ପଦ ସେନାପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Post a Comment

Previous Post Next Post