ବାଲେଶ୍ଵର, ୨୬/୭(ଲକ୍ଷ୍ମୀଧର ବାରିକ) ରେମୁଣା ଗୁଲେଇ ସ୍ଥିତ ସ୍ୱରାଜ ଟ୍ରାକ୍ଟର ଗ୍ରାହକ ସାକ୍ଷାତ ସଭା ସହ ଏକ ରକ୍ତଦାନ ଶିବିର ସତ୍ୟସାଇ ମୋଟର୍ସ ପକ୍ଷରୁ ଆମଓଡ଼ିଶା ସହଯୋଗରେ ମୋଟର୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ସଂସ୍ଥାର ମୁଖ୍ୟ ହରେନ୍ଦ୍ର ମଣ୍ଡଳ ଓ ଗଦାଧର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ସ୍ୱରାଜ ଟ୍ରାକ୍ଟର ରିଜିଓନାଲ ସର୍ଭିସ ମ୍ୟାନେଜର ଚିନାରାମ ରାଜେଶ ଗଉଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଏଭଳି ମହତ କାର୍ଯ୍ୟ କରୁଥିବାରୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ସ୍ୱରାଜ ଟ୍ରାକ୍ଟର ରାଜ୍ୟ ଗ୍ରାହକ ସେବା ପରିଚାଳକ ପ୍ରଦୀପ ଘୋଷ, ସମାଜସେବୀ ଲକ୍ଷ୍ମୀଧର ମହାରଣା, ସୋରୁମ ପରିଚାଳକ ସରୋଜ କୁମାର ପ୍ରଧାନ, ସମାଜସେବୀ କମଳ ଲୋଚନ ପଣ୍ଡା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ଉପାଧ୍ୟାୟଙ୍କ ନେତୃତ୍ୱରେ ଟେକ୍ନିସିଆନ ଜଗନ୍ନାଥ ପଣ୍ଡା, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ ଓ ଅଜୟ କୁମାର ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ। ପ୍ରତିକୂଳ ପାଗସ୍ୱତେ ଶିବିରରୁ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ରଶ୍ମି ମାଝୀ, ବିଶ୍ୱକଣ୍ଠ ଜେନା, ସୁକନ୍ୟା ରାଣୀ ପଣ୍ଡା, ମନୀଷା ମହାଳିକ, ସନ୍ତୋଷ କୁମାର ଜେନା, କାର୍ତ୍ତିକ ଚନ୍ଦ୍ର ବେହେରା, କରୁଣାକର ରାଉତ ଶିବିରକୁ ପରିଚାଳନା କରିଥିଲେ। ଏଥିରେ ୧୨୦ଜଣ ଗ୍ରାହକ ଭାଗ ନେଇଥିଲ। ସ୍ଵରାଜ କମ୍ପାନୀ ପକ୍ଷରୁ ଓଡ଼ିଶା ସରକାରଙ୍କ ତରଫରୁ ମିଳୁଥିବା ରିହାତି ସ୍କମି ବାବଦରେ ସର୍ଭିସ ମ୍ୟାନେଜର ଶ୍ରୀନାଥ ରଣା ସେ ବିଷୟରେ ବୁଝାଇଥିଲେ।

Post a Comment