ଜିଲ୍ଲା କୋଶଳା ମାଳି ସମାଜର ବାର୍ଷିକ ସମୀକ୍ଷା ବୈଠକ


ଧର୍ମଗଡ (ପ୍ରଦିପ ସେଠିଆ) କଳାହାଣ୍ଡି ଜିଲ୍ଲା କୋଶଳା ମାଳି ସମାଜର ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ହୋଟେଲ ରାଜ କନଫରେନ୍ସ ହଲରେ ଅନୁଷ୍ଠିତ ହୋଯାଇଅଛି।ଉକ୍ତ ବୈଠକ ରେ କୋଶଳା ମାଳି ସମାଜ କଳାହାଣ୍ଡିର ୨୦୨୨-୨୩ବର୍ଷର ସମୀକ୍ଷା କରାଯାଇ ସମାଜକୁ ଶିକ୍ଷା,କୃଷି, ସ୍ବାସ୍ଥ୍ୟ ଉପରେ ବିସିଦ ଭାବରେ ଆଲୋକୋପାତ କରାଯାଇଥିଲା । ଦଶମ ଶ୍ରେଣୀ ପରୀକ୍ଷାରେ କୋଶଳା ମାଳି ସମାଜର କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ ସମାଜରେ ଜିଲ୍ଲା ସଭାପତି ଦୁର୍ଯ୍ୟଧନ ପଟେଲ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ଧର୍ମୁ ପଟେଲ ମଞ୍ଚଶୀନ ଥିବା ବେଳେ ଜିଲ୍ଲା ସମ୍ପାଦକ ପବିତ୍ର କୁମାର ପଟେଲ,ମଞ୍ଚ ପରିଚାଳନା କରିଥିଲେ।ଜୟ ହରି ପଟେଲ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ରାଜ୍ୟର କୋଣ ଅନକୋଣରୁ ସମସ୍ତ କେନ୍ଦ୍ର ସଭାପତି ଓ କର୍ମକର୍ତ୍ତା ମାନେ ଶତାଧିକ୍ ଯୋଗ ଦେଇ ଥିଲେ।

Post a Comment

Previous Post Next Post