ଭତ୍ତା ବଣ୍ଟନ କାର୍ଯ୍ୟ କ୍ରମର ଶୁଭାରମ୍ଭ କଲେ ଖଡ଼ିଆଳ ବିଧାୟକ ଅଧୀରାଜ୍ ମୋହନ ପାଣିଗ୍ରାହୀ


ନୂଆପଡ଼ା (ପ୍ରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ପରିସରରେ ଭତା ବଣ୍ଟନ ମେଳା ଅନୁଷ୍ଠିତ ହୋଯାଇଅଛି। ଏହି ମେଳାରେ ଖଡ଼ିଆଳ ବିଧାୟକ ଅଧିରାଜ୍ ପାଣଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭତା ବଣ୍ଟନ ଶୁଭାରମ୍ଭ କରିଥିଲେ । ଏଥିରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ଜୋନ୍ ନମ୍ବର ୧୧ ସ୍କୁତି ସିଂ ମାଝୀ, ବୋଡ଼େନ ବିଡ଼ିଓ ପୀୟରଞ୍ଜନ୍ କୁମାର, ବ୍ଲକ୍ ଅଧକ୍ଷା ପ୍ରେମସିଲା ନାଗ, ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମେଳାରେ ଆସିଷ୍ଟାଣ୍ଡ ପ୍ରୋଗ୍ରାମ ର ଦୁଷ୍ମନ୍ତ ନାଗ, କିରାଣୀ ହିତେଶ ଆଡବାହୀ ପରିଚାଳନା ରେ ସହଯୋଗ କରିଥିବା ବେଳେ ବ୍ଲକ୍ ର ୧୫ ଗୋଟି ପଞ୍ଚାୟତ ରୁ ୭୦୪ ଜଣକୁ ନୂତନ ଭତା ଟଙ୍କା ପ୍ରଦାନ କରାଯାଇଥିଲା ।ଏହି କାଯ୍ୟ କ୍ରମରେ ସମସ୍ତ ସରପଞ୍ଚ ଓ ପି ଇ ଓ ପ୍ରମୁଖ ଉପସ୍ଥିତ ଥିଲେ।ଖଡ଼ିଆଳ ବିଧାୟକ ପୂର୍ବରୁ ରାଜ୍ୟ ସଭାରେ ସମସ୍ତ ଜନତାଙ୍କ ଉନ୍ନତି ନିମନ୍ତେ ସ୍ଵର ଉତ୍ତୋଳନ କରିଆସୁଥିବା ବେଳେ ପୁଣି ଭତ୍ତା ପ୍ରଦାନ କରିବା ସହ ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ବୁଝିବା ସହ ତାହାର ସମାଧାନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ଜନତା ଙ୍କ ମଧ୍ୟରେ ପୁଣିଥରେ ଚର୍ଚ୍ଚା ର ବିଷୟ ପାଲଟିଛି।

Post a Comment

Previous Post Next Post