ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍ ବଣ୍ଟନ


ବଲାଙ୍ଗିର (ଗଣେଶ ଦାସ) ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ଯୋଗାଇ ଥିବା ହାଇଜେନିକ୍ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ପଥରଚେପା ସ୍ଥିତ ପାର୍ବତୀଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତବାସୀଙ୍କୁ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ କେଶବ ମେହେର ଯୋଗ ଦେଇ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଉପରେ ମତବ୍ୟକ୍ତ କରିଥିଲେ । ସାଧନକର୍ମୀ ରାମ ନାରାୟଣ ଦାଶ ହାତ ଧୁଆର ୬ ଗୋଟି ସୋପାନ ପ୍ରଦର୍ଶନ ମାଧ୍ୟମରେ ବୁଝାଇଥିଲେ । ପରେ ଉଭୟ ପାର୍ବତୀ ଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତେବାସୀଙ୍କୁ ହାଇଜେନିକ୍ କିଟ୍ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ଯ୍ୟାମି ବିଶ୍ୱାଲ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ହେମନ୍ତ ପ୍ରଧାନ, ପାର୍ବତିଗିରି ବାଳନିକେତନ ସଂପାଦିକା ସଂସ୍କୃତି ପଟ୍ଟନାୟକ, ଆଶିଷ କୁମାର ଖମାରୀ, ସୋନମ ସାହୁ, ପ୍ରଶନ୍ନ ସାହୁ, ଦଶରଥ ଦାଶ, ଅଲ୍ଲୀ ପ୍ରଧାନ, କୌଶଲ୍ୟା ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସାଧନକର୍ମୀ ବିକାଶ ରଂଜନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରବିନ୍ଦ୍ର ଠେଟୁଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post