ଜଳେଶ୍ୱର ୨୭/୭ (ଜଗନ୍ନାଥ ଗୋଛାୟତ) ଆଜି କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଜଳେଶ୍ୱର ନିର୍ବାଚନ ସ୍ତରୀୟ ଯୁବ କଂଗ୍ରେସର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଯୋଜିତ ସଭାରେ ବ୍ଲକ ସଭାପତି ରାଜୀବ ପରିଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ କଂଗ୍ରେସ ରାଜ୍ୟ ପ୍ରବକ୍ତ ଯୋଗ ଦେଇ ଯୁବପିଢୀ ଦେଶର ଶାସନ ବ୍ୟବସ୍ଥାରେ ସଂଶ୍ଳିଷ୍ଟ ହେବାକୁ ଆହ୍ୱାନ ଦେଇଥିଲେ । ଦେଶର ବିକାଶରେ ଯୁବ ପିଢୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାୁନ୍ ସଭାପତି ଗିରିଜା ଶଂକର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ବିଭୁରେନ୍ଦ୍ର ଦେ ବକ୍ତବ୍ୟ ରଖିଥିଲେ । ନବନିର୍ବାଚିତ ଯୁବ ସଭାପତି ସପନ ରାଉତ, ସଂପାଦକ ସୌଭିକ୍ ଜେନା, ମହିଳା ଯୁବ ସଂପାଦିକା ବିଷ୍ଣୁପ୍ରିୟା ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Post a Comment