ଜଳେଶ୍ୱର ୨୭/୭ (ଜଗନ୍ନାଥ ଗୋଛାୟତ) ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏଲଇପି ଉତ୍କର୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ କୁଂଜବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଏହାକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ୯ମ ଶ୍ରେଣୀରେ କମ୍ଉପଲବ୍ଧିସ୍ତରର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପୂର୍ବଜ୍ଞାନ ସହିତ ୯ମ ଶ୍ରେଣୀ ସ୍ତରକୁ ଆଣିବା ଏହା ଏକ ଅଭିନବ ପ୍ରୟାସ । ଏହି ଶିବିରରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ବ୍ଲକର ଶତାଧିକ ପ୍ରଧାନ ଶିକ୍ଷକ ଯୋଗ ଦେଇଥିବା ବେଳେ ଜଳେଶ୍ୱର ବ୍ଳକର ୨୯ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗଣିତ, ବିଜ୍ଞାନ, ଇଂରାଜୀ ଓ ଓଡିଆ ବିଭାଗରୁ ୧୧୬ଜଣ ବିଷୟ ଶିକ୍ଷକ ଯୋଗ ଦେଇ ବିଷୟଗତ କୌଶଳ ଆହରଣ କରିଥିଲେ । ଏହା ଶ୍ରେଣୀ କୋଠରୀରେ ଶିକ୍ଷାଦାନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଆଣିପାରିବ ବୋଲି ଶ୍ରୀ ପାତ୍ର କହିଥିଲେ । ଅନ୍ୟତମ ଅତିଥିଭାବେ ଜିଲା ବିଜ୍ଞାନ ପରିଦର୍ଶନ ହରେନ୍ଦ୍ର ମହାନ୍ତ, ଓଷ୍ଟା ଜିଲା ସଭାପତି ମନୋରଂଜନ ଦାସ, ଜିଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦୁ ବିକାଶ ପାତ୍ର, ବାଲିଆପାଳ ବ୍ଲକ ଓଷ୍ଟା କାର୍ଯ୍ୟକାରୀ ସଭାପତି ସୁକଦେବ ମହାନ୍ତି, ସମ୍ବଳ ଶିକ୍ଷକଭାବେ ଗଣିତରେ ସୌଭାଗ୍ୟ ରଂଜନ ଦେ, ମନୋଜ କୁମାର ପାତ୍ର, ବିଜ୍ଞାନରେ ଅରୁଣ କୁମାର ମହାନ୍ତି, ଅଜଂନ କୁମାର ପ୍ରଧାନ, ଇଂରାଜୀରେ ବିକାଶ କୁମାରଯ ରାଉଳ, ଗୋବର୍ଦ୍ଧନ ଜେନା, ଓଡିଆରେ ଦେବବ୍ରତ ଦେ, ଗୌରୀଶଂକର ଖିଲାର ଯୋଗ ;ଦେଇ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦ୍ୟାପନୀ ଅଧିବେଶନରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପ୍ରାଚୀତନୟା ଗିରି ଯୋଗ ଦେଇ ଶ୍ରେଣୀ କୋଠରୀୋ ବିଜ୍ଞାନକୁ ଅଧିକ ଉପଯୋଗୀ କରିବାକୁ ଆହ୍ୱାନ ଦେଇଥିଲେ । ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୂୟା ମଂଚ ଆହ୍ୱନ କରିଥିବା ବେଳେ ହରେକୃଷ୍ଣ ଜେନା ଧନ୍ୟବଦେ ଅର୍ପଣ କରିଥିଲେ ।

Post a Comment