ଫସଲ ବୀମା ଯୋଜନା ଦଲାଲ ହାତରେ ଚାଷୀଙ୍କ ଇନ୍ସୁରାନ୍ସ ଟଙ୍କା



ଭବାନୀପାଟଣା ୧୬/୦୭ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦଶପୁର କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ଚାଷୀଙ୍କ ଇନ୍ସୁରାନ୍ସ ଲକ୍ଷ ଲକ୍ଷ ଟଙ୍କା ଦଲାଲ ହାତରେ ମାଲେମାଲ ବୋଲି ବାରମ୍ବାର ଚର୍ଚ୍ଚା ଲୋକଲୋଚନ କୁ ଆସୁଛି । ଏଭଳି ଅଭିଯୋଗ କରିଛନ୍ତି ଦଶପୁର ସମବାୟ ସମିତି ର ଜନସାଧାରଣ ମାନେ ଫସଲବୀମା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ଜୁଲାଇ ମାସ ପ୍ରଥମ ପକ୍ଷରୁ ଧାନ ଫସଲ ବୀମା ଓ ପରେ ରବି ଋତୁ ପାଇଁ ମଧ୍ୟ ବୀମା ଭୁକ୍ତ କରିବା ସକାଶେ ଜନ ସେବା କେନ୍ଦ୍ର ମାଧମରେ ଓ କୃଷି ସମବାୟସମିତି ଜରିଆରେ ଇନ୍ସୁରେନ୍ସ କରିବା ପାଇଁ ଆଦେଶ କରି ଥିବାବେଳେ ଅଧିକାଂଶ ଚାଷୀ ଇନ୍ସୁରାନ୍ସ କରିଥାନ୍ତି । ହେଲେ ଅନେକ ଚାଷୀଙ୍କର ବିଭିନ୍ନ କାରଣ ଦର୍ଶାଇ ଖାରଜ ହୋଇ ଥାଏ । ସେହି ଖାରଜ ଦଲିଲିକୁ ବିଭାଗୀୟ କର୍ମଚାରୀ ଓ ସିଏସି ଏଂବ ଦଲାଲ ଙ୍କ ମଧୁଚନ୍ଦ୍ରିକାରେ ଇନ୍ସୁରାନ୍ସ କରି ଲକ୍ଷ ଲକ୍ଷ ଟଙ୍କା ଲାଭଂଶ ହେଉଛନ୍ତି । ଗତ ୩/୦୬/୨୩ ରିଖ ଦିନ ଉପଜିଲ୍ଲାପାଳ ଧର୍ମଗଡ଼ଙ୍କ ଠାରେ ଅଧିକାଂଶ ଚାଷୀ ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ କୁ ଭିତିକରି ପୁଣି ଫୁଣ୍ଡା ଧାନ ମଣ୍ଡିରେ ମାଣିକେଶ୍ବରୀ ଚାଷୀ ସଙ୍ଘ ପକ୍ଷରୁ ପୁନର୍ବାର ବିଗତ ଦିନର ଇନ୍ସୁରାନ୍ସ ଟଙ୍କା ଙ୍କୁ ତଦନ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ସଭାରେ ସଙ୍ଘ ସଭାପତି ଭୁବନେଶ୍ୱର ବିଶ୍ୱାଳ, ଷଷ୍ଠୀ ଭୂଷଣ ମୁଣ୍ଡ, ସଦାନନ୍ଦ ମାଝୀ ପ୍ରମୁଖ ଦାବୀ ପ୍ରକାଶ କରିଥିଲେ । ଏହାର ପ୍ରକୃତ ତଥ୍ୟ ଜାଣିବା ପାଇଁ ଦଶପୁର ପ୍ରାଥମିକ କୃଷି ସମବାୟସମିତି ସଭାପତି ରବୀନ୍ଦ୍ରକୁମାର ସାହୁ ଓ ସମ୍ପାଦକ ପଦ୍ମ ଲୋଚନ ସାହୁ ଙ୍କୁ ପଚାରିଲେ ଆମେ କିଛି ଜାଣି ନାହୁଁ ବୋଲି କହୁଛନ୍ତି । ଏହି ସମ୍ପର୍କରେ ଗୋଲାମୁଣ୍ଡା କୃଷି ଅଧିକାରୀ ଲିଙ୍ଗରାଜ ମେହେର ସେ ମଧ୍ୟ କିଛି ଜାଣୁନାହାନ୍ତି । ମାଣିକେଶ୍ବରୀ ଚାଷୀ ସଙ୍ଘ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ ଓ ତଦନ୍ତ ନିହାତି ଜରୁରି ବୋଲି ଚାଷୀ ସଙ୍ଘ ଦାବୀ କରିଛନ୍ତି ।

Post a Comment

Previous Post Next Post