ସପ୍ତମ ଦିନରେ ପହଞ୍ଚି ଛି ଏକଲ ଅଭିଯାନ କାର୍ଯ୍ୟକ୍ରମ


ଭବାନୀପାଟଣା ୧୬/୦୭ (ଶ୍ୟାମସୁନ୍ଦର ମାଝୀ) ଏକଲ ଅଭିଯାନ ଭବାନିପାଟଣା ଅଞ୍ଚଳ, ଗୋଲାମୁଣ୍ଡା କେନ୍ଦ୍ରର ଜୁନାଗଡ଼ ସଞ୍ଚ ଏବଂ ଗୋଲାମୁଣ୍ଡା ସଞ୍ଚ ର ଆଚାର୍ଯ୍ୟ ଅଭ୍ୟାସ ବର୍ଗ ଗତ ତା.୧୦.୦୭.୨୦୧୩ ରିଖ ଠାରୁ ତା, ୧୯.୦୭.୨୦୨୩ ରିଖ ପଯ୍ୟନ୍ତ ହୋଇଥିବା ବର୍ଗ କୁ ତା.୧୦.୦୭.୨୦୧୩ ରିଖ ଦିନ ଉଦଘାଟନ କାର୍ଯ୍ୟକ୍ରମ ରେ ଏନ.ଏ.ସି ଅଧ୍ୟକ୍ଷ ଶ୍ରୀ ମୁକେଶ କୁମାର ଅଗ୍ରୱାଲ ଦୀପ ପ୍ରଜ୍ଜ୍ୱଳନ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମ ରେ କର୍ତ୍ତବ୍ୟ ଫାଉଣ୍ଡେସନ ର ସି.ଇ.ଓ ମାନନୀୟ ଅଶୋକ ପଟ୍ଟନାୟକ, ଜୁନାଗଡ଼ ସଞ୍ଚ ସଭାପତି ମାନନୀୟ ପ୍ରବିର କୁମାର ଗୋଏଲ, ମାନନୀୟା ସଂଯୁକ୍ତା ମୁଣ୍ଡ , ସରିତା ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ହିସାବରେ ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସମ୍ପାଦକ ମାନନୀୟ ଚନ୍ଦ୍ରହାସ୍ୟ ମେହେର ମାର୍ଗଦର୍ଶନ କରିଥିଲେ। ଅଞ୍ଚଳ ଅଭିଯାନ ପ୍ରମୁଖ ମାନନୀୟ ଟିକେଶ୍ଵର ମାଝୀ ସଙ୍ଘଠନ ବିଷୟରେ ସୌମ୍ୟକ ଧାରଣା ଦେଇଥିଲେ। ଅଞ୍ଚଳ ପ୍ରାଥମିକ ଶିକ୍ଷା ପ୍ରମୁଖ ଉପସ୍ଥିତ ଥିବା ସମିତି ଏବଂ ଅଧିକାରୀ ଙ୍କ ପରିଚୟ ପ୍ରଦାନ କରିଥିଲେ। ସଞ୍ଚ ସଭାପତି ମାନନୀୟ ପ୍ରବିର କୁମାର ଗୋଏଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ବର୍ଗ ରେ ମୋଟ ୨୮ ଜଣ ପ୍ରଶିକ୍ଷାର୍ଥୀ ଭାଗନେଇଛନ୍ତି। ସେମାନ ଙ୍କ ମଧ୍ୟରୁ ୨୨ ଜଣ ଭଉଣୀ ଏବଂ ୬ ଜଣ ଭାଇ ଅଛନ୍ତି।ବର୍ଗ ସମୟରେ ଅନେକ ଲୋକ ଆସି ଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ୧୬.୦୭.୨୦୨୩ ରିଖ ବର୍ଗର ୭ତମ ଦିନରେ ଗୋଲାମୁଣ୍ଡା ସଞ୍ଚ ର ସଭାପତି ତଥା ବରିଷ୍ଠ ସମାଜ ସେବୀ ମାନନୀୟ ଶ୍ୟାମସୁନ୍ଦର ଅଗ୍ରୱାଲ ଉପସ୍ଥିତ ଥିଲେ।ତାଙ୍କ ବକ୍ତବ୍ୟରେ ଆଚାର୍ଯ୍ୟ ମାନଙ୍କୁ ଶୁଭ ମନାସିବା ସହିତ ଆଚାର୍ଯ୍ୟ ମାନେ କେମିତି ଭବିଷ୍ୟତରେ ଛାତ୍ରଛାତ୍ରୀ ଙ୍କୁ ପଠନ କରି ରାଷ୍ଟ୍ର କାର୍ଯ୍ୟରେ‌ ସହଯୋଗ କରିବେ ସେଥିପାଇଁ ମାର୍ଗଦର୍ଶନ କରିଥିଲେ । ବର୍ଗ ରେ ପ୍ରଶିକ୍ଷଣ ପାଇଁ ଅଭିଯାନ ପଦାଧିକାରୀ ବିଭୀଷଣ ରଣା ,ଘନଶ୍ୟାମ ଭାଟି,ସୁରେନ୍ଦ୍ର ରାଉତ,ହେମନ୍ତ ବଗର୍ତ୍ତି, ଅମରେଶ ପ୍ରସାଦ କାଣ୍ଡ, ଡମ୍ବରୁଧର ମାଝି,ନିଲାମ୍ବର ମାଝୀ,ଧନୁର୍ଯ୍ୟ ବନ୍ଦିଛୋଡ ଉପସ୍ଥିତ ଥିଲେ ।

Post a Comment

Previous Post Next Post