ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ


ସୁବର୍ଣ୍ଣପୁର (ସର୍ଜନ କୁମାର ପାଣ୍ଡେ) ଆଜି ସୋନପୁର ଦୟାନନ୍ଦ ପ୍ଲେ ପବ୍ଲିକ ସ୍କୁଲ ପଟାଭାଡି ଠାରେ ଜିଲ୍ଲା ଘରୋଇ ବିଦ୍ୟାଳୟ ସଂଘର ସୋନପୁର ଶାଖା ର ସଭାପତି ଗତିକୃଷ୍ଣ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଘରୋଇ ବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କୁ ବିରୋଧ କରି ଆଗାମୀ ୨୧ ତାରିଖରୁ ଘରୋଇ ବିଦ୍ୟାଳୟ କର୍ମକର୍ତ୍ତାଙ୍କ ହେବାକୁ ଥିବା ଭୁବନେଶ୍ୱର ଲୋୟାର ପିଏମଜି ରେ ରାଜ୍ୟସ୍ତରୀୟ ଅନର୍ଦ୍ଧିଷ୍ଟ କାଳୀନ ଗଣଧାରଣା କୁ ସୋନପୁର ଶାଖା ଘରୋଇ ସ୍କୁଲ ଏସୋସିଏସନ ସମର୍ଥନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ମହାସଂଘ ର ନିଷ୍ପତି କ୍ରମେ ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟ ପାଠପଢା ଜୁଲାଇ ୨୧ ଶୁକ୍ରବାର ଦିନ ବନ୍ଦ ରହିବା ନେଇ ଜିଲ୍ଲା ସଂଘର ନିଷ୍ପତି ହୋଇଯାଇଛି । ସଭାରେ ଜିଲ୍ଲାର ତିରିଶ ଗୋଟି ଘରୋଇ ବିଦ୍ୟାଳୟ ର କର୍ମକର୍ତ୍ତା,ଜିଲ୍ଲା ସଂଯୋଜକ କ୍ଷୀରସାଗର ବିଭାର ଆଦି ଉପସ୍ଥିତ ରହିବା ସହ ସମସ୍ତେ ଉକ୍ତଦିନ ଭୁବନେଶ୍ୱର ଠାରେ ଧାରଣା ରେ ଯୋଗଦାନ କରିବା ନେଇ ସିଦ୍ଧାନ୍ତ ହୋଇଥିବାର ସୂଚନା ଥିବାବେଳେ ଏଥିପାଇଁ ଏସୋସିଏସନ ତରଫରୁ ବିଇଓ ଓ ଡିଇଓ ଙ୍କୁ ଜଣାଇ ଦିଆଯିବା ପାଇଁ ନିଷ୍ପତି ନେଇଛନ୍ତି ।

Post a Comment

Previous Post Next Post