କଲମପୁର : ୨୯/୦୭ (ଶରତ ଚନ୍ଦ୍ର ସୁନାନି) ବହୁ ବର୍ଷର ଅପେକ୍ଷା ପରେ କଲମପୁର ପୋଲିସ ଫାଣ୍ଡିକୁ ଜାନୁଆରୀ ମାସରେ ଥାନାର ମାନ୍ୟତା ମିଳିଥିଲା।ଏହାର ମାସକ ପରେ ଅର୍ଥାତ ଫେବୃଆରୀ ମାସରେ କଲମପୁର ଥାନାର ପ୍ରଥମ ଥାନା ଅଧିକାରୀ ଭାବେ ଶ୍ରୀଯୁକ୍ତ ଯୁଗଳ କିଶୋର ଶବର କାର୍ଯ୍ୟରେ ଯୋଗ ଦେଇଥିଲେ। ବର୍ତମାନ ଶ୍ରୀ ଶବର ଙ୍କୁ ନବରଙ୍ଗପୁର ଜିଲ୍ଲାକୁ ବଦଳି ହେବ ପରେ ଶ୍ରୀଯୁକ୍ତ ଜୀତେନ୍ଦ୍ର କୁମାର ବିଶ୍ବାଳ କଲମପୁର ଥାନାର ନୂତନ ଥାନା ଅଧିକାରୀ ଭାବରେ ଶନିବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି।ତାଙ୍କୁ କଲମପୁର ଥାନା ତରଫରୁ ଏସ.ଆଇ ଡୋଲାମଣି ବିଶି,ଏସ.ଆଇ ଶିବ ଶଙ୍କର ମହାନ୍ତି,ASI ଶେଖର ଜେନା ଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସ୍ଵାଗତ ଜଣାଇଥିଲେ। ଏହାପୂର୍ବରୁ ଶ୍ରୀ ବିଶ୍ବାଳ ନୂଆପଡ଼ା ଜିଲ୍ଲାରେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।କଲମପୁର ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି କୁ ବିଶେଷ ଭାବରେ ଧ୍ୟାନ ଦେବା ତାଙ୍କର ପ୍ରାଥମିକତା ରହିବ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

Post a Comment