ଭାଜପା ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ


ଜଳେଶ୍ୱର, ୦୫ ।୦୭ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ନୂଆବଜାର ସ୍ଥିତ ମୂରଲୀ କଲ୍ୟାଣ ମଣ୍ଡପ ପରିସରରେ ଭାଜପା ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଯୋଗଦେଇ ମୋଦୀ ସରକାରଙ୍କ ୯ବର୍ଷର କାଯ୍ୟକାଳ ପୂର୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ସେବା, ସୁଶାସନ ଓ ଗରିବ କଲ୍ୟାଣ ବାର୍ତାକୁ ଘରେଘରେ ପହଂଚାଇବା ସହିତ ପ୍ରତ୍ୟେକ ପରିବାରର ସମ୍ପର୍କକୁ ଯୋଡିବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସମୀର ପାତ୍ର, ଜିଲ୍ଲା ଉପସଭାପତି ସାବିତ୍ରୀ ଜେନା, ଭୋଗରାଇ ନେତା ଅଂଶୁମାନ ମହାନ୍ତି, ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ, ସିଦ୍ଧାର୍ଥ ଶଙ୍କର ପାଳ, ସୁମତୀ ଦେ, ତପନ ବିଶ୍ୱାଳ, ବିଶ୍ୱରୂପ ଦାସ, କାଉନସିଲର ଚନ୍ଦନ ଦାସ, ଶିବନାରାୟଣ ମହାପାତ୍ର ପ୍ରମୁଖଙ୍କ ସହିତ ଜଳେଶ୍ୱର ଓ ଭୋଗରାଇ ନିର୍ବାଚନ ମଣ୍ଡଳୀର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Post a Comment

Previous Post Next Post