ନୂଆପଡା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନା ବଲୋଡା ଗ୍ରାମ ର ଶିରିଡି ସାଇ ମନ୍ଦିର ଦାନ ବାସ୍କ ରୁ ଟଙ୍କା ଓ ରୋଷେଇ ସାମଗ୍ରୀ ଚୋରିଘଟଣାରେ ଗିରଫ କରିଛି ଚାରି ଅଭିଯୁକ୍ତ ଙ୍କୁ ଓ କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ବିପୁଳ ପରିମାଣରେ ଚୋରା ସାମଗ୍ରୀ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ଖୋପେଟରା ଲାଲୁ ସତନାମୀ, ହାଇସ୍କୁଲ ପଦାର ଆଶିଷ ଗହୀର, ବଜାର ପଡ଼ା ର ଅନୁରାଗ କୁମାର, ରାଜ ହଜାରେ ବୋଲି ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ପୋଲିସ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ ଗତ ସତେଇସି ତାରିଖ ରାତ୍ରିରେ ଏହି ମନ୍ଦିର ରୁ ଦାନବାସ୍କ ଭୋଗରାନ୍ଧିବା ପାଇଁ ବ୍ୟବହୃତ ରୋଷେଇ ସାମଗ୍ରୀ ଚୋରି ହୋଇଥିଲା।ମୁଣ୍ଡା ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ମଧ୍ୟ ରୋଷେଇ ସାମଗ୍ରୀ ଚୋରି ହୋଇଥିଲା।ଉଭୟ ଚୋରି ଘଟଣା କୁ ଅଧିକ୍ଷକ ଗୁରୁତର ସହ ଗ୍ରହଣକରି ଜୋଙ୍କ ଥାନା ଓ ଲଖନା ଥାନା ର ପୋଲିସ ଅଧିକାରୀ ଙ୍କ ନେତୃତ୍ୱ ରେ ଦୁଇଟି ଦଳ ଗଠନକରି ମାତ୍ର ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ବାଇକ,୧୬ ଟି ଭୋଗରନ୍ଧା ଡେକଚି ,୩ ଟି ଗ୍ୟାସ ସିଲିଣ୍ଡର,3ଟି ତାଲାଭଙ୍ଗା ସାମଗ୍ରୀ ଜବତ କରିଛି। ଏହି ଚୋରି ଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନେ ଏବେ ମଧ୍ୟ ଫେରାର ଥିବାର ସୂଚନା ଦେଇଛନ୍ତି ଓ ଦୁଇଟି ମାମଲା ରୁଜୁ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜଣେଇଛନ୍ତି।

Post a Comment