ବେଆଇନ କରତ କଳ ଉପରେ ବନ ବିଭାଗ ଓ କମର୍ଦ୍ଦା ପୋଲିସର ମିଳିତ ଚଡାଉ


ଭୋଗରାଇ ୦୨/୦୭ (ଚିନ୍ମୟ କୁମାର ଦାସ) ଭୋଗରାଇର ବ୍ଳକ ଅନ୍ତର୍ଗତ ଗବଗାଁ ଗ୍ରାମ ପଞ୍ଚାୟତ ଅଧୀନ ପୁରୁଷୋତ୍ତମପୁର ଗ୍ରାମରେ ଥିବା ବେଆଇନ କରତ କଳ ଉପରେ ଆଜି(ରବିବାର) ଅଚାନକ ବନ ଚଢାଉ କରିଛି ।ଏ ଠାରେ ଦୀର୍ଘ ଦିନରୁ ଚାଲୁଥିବା ବେଆଇନ କରତ କଳ ଉପରେ ଚଢ଼ାଉ ବେଳେ ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି। ଦୀର୍ଘ ଦିନରୁ ବେଆଇନ ଭାବେ କରତ କଳ ଚଳାଇ ଆସୁଥିଲେ ମଧ୍ୟ ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି କୋଣସି କାର୍ଯ୍ୟନୁଷ୍ଠାନ ହେଉ ନ ଥିଲା। ମାତ୍ର ଆଜି ବିଶେଷ ସୁତ୍ରରୁ ଖବର ପାଇ କରତ କଳ ଆରମ୍ଭ ବେଳକୁ ଏହି ଟିମ ଅଚାନକ ଚଢ଼ାଉ କରିଥିଲେ।ଫଳରେ କରତ କଳରେ କାମ କରୁଥିବା ଲୋକ ମାନେ ଡରରେ ଏଣେ ତେଣେ ଦୌଡି ପଳାଇ ଥିଲେ। ଏହାଛଡା ମାଲିକ ମଧ୍ଯ ଫେରାର ହେଇଥିବା ଅଛନ୍ତି । ଏହି ଚଢାଉରେ, ଜଳେଶ୍ଵର ରେଞ୍ଜର ଜୟଶ୍ରୀ ର୍ମୁମୁ ,ଫରେଷ୍ଟର ପରମାନନ୍ଦ ନାୟକ , କମର୍ଦ୍ଦା ଥାନାର ପୋଲିସ ଟିମ ସାମିଲ ଥିଲେ।

Post a Comment

Previous Post Next Post