ଏକାଠି ନୁଆଁ ଖାଇଲେ ପୁତୁଲାତଲାଇ ବେହେରା ପରିବାର


ସିନ୍ଧେକେଲା,୯/୯ (ଆଜତକ୍ ଓଡ଼ିଶା) ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳ ଅଲଣ୍ଡା ପଞ୍ଚାୟତର ପୁତୁଲାତଲାଇ ଗ୍ରାମ ବେହେରା ପରିବାରର ତିନି ପିଢ଼ିର ମୋଟ ୫୦ ଜଣ ସଦସ୍ୟ ଚଳିତ ବର୍ଷ ଏକାଠି ନୂଆଖାଇ ପାଳିଥିବା ନେଇ ପରିବାର ସଦସ୍ୟ ପ୍ରିୟ ରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପର୍ଵ ଏହା ପୁରୁଣା କାଳରୁ ଚଳି ଆସିଥିବା ଏକ ପରମ୍ପରା । ଏହି ଦିନ ରାଗ ଦ୍ୱେଷ ଛାଡି ପରସ୍ପରକୁ ଜୁହାର ଭେଟ କରିବା ପରମ୍ପରା ରହିଛି । ଘରେ ଥିବା ନୂଆ ଧାନ କୁ ପିଠାପଣା ଆଦି ଗ୍ରାମ ଇଷ୍ଟଦେବୀ ତଥା ମାଁ ଲକ୍ଷ୍ମୀ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇ ପୁରୁଷ ଓ ମହିଳା ଅଲଗା ଅଲଗା ଏକାଠି ବସି ନୁଆଁ ଖାଇବା ସହ ବଡ଼ ମାନଙ୍କୁ ଜୁହାର ମୁଣ୍ଡିଆ ମାରିଥିଲେ । ସାମୁହିକ ନୂଆଖାଇ କାର୍ଯ୍ୟକ୍ରମରେ ରୁକବିର ବେହେରା , ବିରଞ୍ଚି ବେହେରା , ଟିକୁନୁ ବେହେରା , ଚନ୍ଦ୍ରମଣି ବେହେରା , ଫକୀର ବେହେରା , ପରମେଶ୍ବର ବେହେରା , ଶରତ ବେହେରା , ଅଭିମନ୍ୟୁ ବେହେରା , ଚିତ୍ତରଞ୍ଜନ ବେହେରା , ହେମରାଜ ବେହେରା , ପ୍ରିୟ ରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Post a Comment

Previous Post Next Post