କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ତିରୋଧାନ ଦିବସ ପାଳନ

       

କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା),  ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାରତର ସମ୍ବିଧାନ ପ୍ରଣେତା, ଭାରତର ପ୍ରଥମ ଆଇନମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଛି । ବେହେରେସନସିଲେଟ ଗାଁରେ ଥିବା ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରି ବାବା ସାହେବଙ୍କ ଜିବନୀ ଉପରେ  ଆଲୋକପାତ କରିଥିଲେ ସଂଘ ସଭାପତି ରୋହନ ମହତ । ସେହିପରି କଂଟାବାଞ୍ଜି ବିର୍ସା ମୁଣ୍ଡା ଯୁବକ ସଂଘ ସଭାପତିି ଯୁଗଲ କିଶୋର ଶବର (କାଜୁ)ଙ୍କ ନେତୃତ୍ୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା । କଂଟାବାଞ୍ଜି କେ.ଭି କଲେଜରେ ଅଖିଳ ଭାରତିୟ ବିଦ୍ୟାର୍ଥୀ ପରିଷଦ କଂଟାବାଞ୍ଜି ଶାଖାରୁ ଏହି ଦିବସ କଲେଜ ପରିସରରେ ପାଳନ କରାଯାଇଥିଲା

Post a Comment

Previous Post Next Post