ଉତ୍କଳ ସମ୍ମିଳନୀ ଦ୍ୱାରା ବିଛିନ୍ନାଂଚଳରେ ଶିକ୍ଷୟିତ୍ରୀ ନିଯୁକ୍ତି


ଜଳେଶ୍ୱର, ୨୬ ।୦୬ (ଜଗନ୍ନାଥ ଗୋଛାୟତ): ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଉଦେଶ୍ୟରେ ମାତୃଭାଷା ଓଡିଆରେ ଲେଖା ପଢାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ସହଭାଗିତାରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଦ୍ୱାରା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ବିଭିନ୍ନ ଜାଗାରେ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷିରେ ୨୬ତାରିଖ ଦିନ ପଶ୍ଚିମବଙ୍ଗର ଉତ୍କଳ ସମ୍ମିଳନୀ ଖଡଗପୁର ଶାଖା ପକ୍ଷରୁ ଖଡଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଶ୍ରୀଜଗନ୍ନାଥ ଶିଶୁ ବିକାଶ କେନ୍ଦ୍ର ଠାରେ ୩ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଇଛି । ଖଡଗପୁର ଶ୍ରୀଜଗନ୍ନାଥ ଶିଶୁ ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଖଡଗପୁର ଶାଖା ସଭାପତି ପ୍ରଫେସର ତ୍ରୀଲୋଚନ ସାହୁ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ ସଂପାଦକ କମଳ ଚକ୍ରବର୍ତୀ, ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର, ଭୋଗରାଇ ସାଖା ସଂଗଠନ ସଂପାଦକ ସୁଶାନ୍ତ ନାୟକ, କେନ୍ଦ୍ରୀୟ କମିଟି ସଭ୍ୟ ମନୋରଂଜନ ଦାସ ଏବଂ ଖଡଗପୁର ଶାଖା ସଂପାଦକ ଉପସ୍ଥିତ ରହି ପ୍ରାର୍ଥୀ ଚୟନ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

Post a Comment

Previous Post Next Post