ଜଳେଶ୍ୱର, ୨୬ ।୦୬ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ପୋଲିସର ଅଚାନକ ଚଢାଉ ଦ୍ୱାରା ଜଳେଶ୍ୱର ଥାନା ପଥରପୁରା ଅଂଚଳର ଜଣେ ପୁରୁଣା ନିଶା ବେପାରୀ ୩୪ବର୍ଷର ଯୁବକକୁ ୧୧୦.୮୫ଗ୍ରାମର ବ୍ରାଉନ ସୁଗାର ସହିତ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଯୁବକ ଠାରୁ ଦୁଇଟି ମୋବାଇଲ ଫୋନ ସହିତ ନଗଦ ୧୪୦୦ଟଙ୍କା ମଧ୍ୟ ଜବତ କରାଯାଇଛି ବୋଲି ଜଳେଶ୍ୱର ଥାନା ପରିସରରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସ୍.ଡି.ପି.ଓ ଦିଲ୍ଲୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ଗରଫ ଯୁବକଙ୍କ ଠାରୁ ୧୧୦.୮୫ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ତାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଗିରଫ ଯୁବକ ଜଣେ ପୁରୁଣା ନିଶା ବେପାରୀ ହୋଇଥିବା ବେଳେ ପୂର୍ବରୁ ତା ନାମରେ ଜଳେଶ୍ୱର ଥାନାରେ ୩ଟି ଓ ଜଗତସିଂପୁର ସ୍ଥିତ ବିରିଡି ଥାନାରେ ଗୋଟିଏ ମାମଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇ.ଆଇ.ସି ରୋଜାଲିନ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Post a Comment