ଜଙ୍ଗଲି ହାତୀ ଗାଁ ମୁହାଁ : ଜଳେଶ୍ୱର ସହରଠାରୁ ୫କିମି ଦୂରରେ-ଭୟଭିତ ଅଞ୍ଚଳ ବାସୀ


ଜଳେଶ୍ଵର,୨୬/୬ (ଜଗନ୍ନାଥ ଗୋଛାୟତ) ସୁବିଧା ବାଦୀ ମଣିଷ ନିଜର ସୁବିଧା ପାଇଁ ଜଙ୍ଗଲ ନଷ୍ଟ କରିବାକୁ ପଛାଉ ନାହନ୍ତି । କିଛି ମୁଷ୍ଟି ମେୟ ଲୋକ ମାନଙ୍କ ପାଇଁ ଦିନ ଦ୍ୱିପ୍ରହର ରେ ଜଙ୍ଗଲ କଟା ଚାଲିଛି। ଯାହା ଫଳରେ ଜଙ୍ଗଲି ଜନ୍ତୁ ଏବେ ଗାଁକୁ ଆସୁଥିବା ବେଳେ ସହରଭୀମୁଖୀ ହେଉଛନ୍ତି।ଏପରି ୨ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ର ଶିଖରପୁର ପଞ୍ଚାୟତ ଚକହରି ଗାଁରେ। ସୂଚନା ଅନୁଯାୟୀ ହାତୀ ଦୁଇଟି ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ତାଣ୍ଡବ କରିଥିଲେ। ସକାଳ ସମୟରେ ଅନନ୍ତ ଦାସଙ୍କ ବାଡ଼ିରେ ଦନ୍ତା ହାତୀ ଦୁଇଟି ପଶି ଉତ୍ପାତ ଜାରି ରଖିଥିବା ବେଳେ, ରାଇବଣିଆ ବନ ବିଭାଗ ତରଫରୁ ହାତୀ ମାନଙ୍କୁ ଘୋଡାଇବାକୁ ପ୍ରୟାସ ଜାରୀ ରହିଛି।ତେବେ ହାତୀ ଦୁଇଟି ମୟୁରଭଞ୍ଜ ରୁ ପଳାଇ ଆସି ଥିବା ବେଳେ, ହାତୀର ଉପଦ୍ରବ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି। ଗ୍ରାମବାସୀ ଙ୍କ ବାଡ଼ିରେ ବ୍ୟାପକ କ୍ଷୟକ୍ଷତି ସହିତ ,ଗଜା ଵିହନ , ପନିପରିବା ନଷ୍ଟ କରୁଛନ୍ତି। ସ୍ଥାନୀୟ ଲୋକେ ଓ ଜଳେଶ୍ୱର ବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ରହିଥିବା ବେଳେ, ନୀରିହ ଜଙ୍ଗଲି ଜନ୍ତୁଙ୍କ ବାସ ସ୍ଥାନ ଓ ତାଙ୍କର ସୁରକ୍ଷା, ସରକାର କେତେ ଦୂର ନିଶ୍ଚିତ କରୁଛନ୍ତି,ତାହା ଦେଖିବାକୁ ବାକି ରହିଲା।

Post a Comment

Previous Post Next Post