ଭୋଗରାଇ ୨୭/୦୬ (ଚିନ୍ମୟ କୁମାର ଦାସ ) ଓଡିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ତାଳସାରୀ ବେଳାଭୂମିକୁ ବିଶ୍ୱ ମାନର ପର୍ଯ୍ୟଟନ ସ୍ଥଳୀ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ରାଜ୍ୟ ସ୍ତରୀୟ ନେତା ଓ ସଚିବ ମାନେ ଘନ ଘନ ଏହି ବେଳାଭୂମିକୁ ପରିଦର୍ଶନରେ ଆସି ବେଳାଭୂମିର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ଦେଇଛନ୍ତି । ହେଲେ ସରକାରଙ୍କ ଏହି ବିପୁଳ ଅର୍ଥ ସଠିକ ଭାବେ ବିନିଯୋଗ ନ ହୋଇ ସମୁଦ୍ର ଗର୍ଭକୁ ଚାଲି ଯାଉଥିବାରୁ ସରକାରଙ୍କ ବିକାଶ ଯୋଜନା ଫେଲ ମାରିଥିବାର ସାଧାରଣରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,ଉଦୟପୁର -ତାଳସାରୀ ୨. ୭ କିମି ତଟ ସୁରକ୍ଷା ପଥର ବନ୍ଧନିର୍ମାଣ ନିମନ୍ତେ ପ୍ରଥମ ପର୍ଯାୟରୁ ୫ କୋଟି ୧୪ ଲକ୍ଷ ଟଙ୍କାରୁ କାର୍ଯ୍ୟ ଆରମ୍ଭ ହୋଇ ଅଦ୍ୟାବଧି ୫୬ କୋଟି ଟଙ୍କା ରେ ପହଞ୍ଚିଛି । ୧୩ ବର୍ଷ ଧରି ଏହି କାର୍ଯ୍ୟ ଚାଲି ଆସୁଥିବା ବେଳେ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁ ନ ଥିବାରୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯାଇଛି । ପଥର ଓ ବାଲିମିଳୁ ନାହିଁ ବୋଲି କହି ଠିକାଦାର ଓ ଜଳସମ୍ପଦର ଅଧିକାରୀ ମାନେ ନିଜମୁଣ୍ଡରୁ ଦାୟିତ୍ୱ ରୁ ଦୁରେଇ ରହୁଥିବାର ଅଭିଯୋଗ ହେଉଛି । ଓଡିଶାରୁ ଦୈନିକ ଶହଶହ ପଥର ଓ ବାଲି ବୋଝେଇ ଡମ୍ପର ଚୋରାରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ଓଡ଼ିଶାରେ ଉନ୍ନୟନ କାର୍ଯ୍ୟରେ ଲଘୁଜାତ ଦ୍ରବ୍ୟ ନମିଳିବା ହାସ୍ୟାସ୍ପଦ ବୋଲି ବହୁ ଜନ ପ୍ରତିନିଧି ଓ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି । ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜ କୋଷରୁ ଅର୍ଥ ଖର୍ଚ୍ଚ ହୋଇ ପଥର ବନ୍ଧ ପାଇଁ ଆର୍ଥିକ ଅନୁଦାନ ଦିଆ ଯାଉଥିବା ବେଳେ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ନିମ୍ନ ମାନର କାର୍ଯ୍ୟ ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏଭଳି ନିମ୍ନ ମାନର କାର୍ଯ୍ୟ ହେବାରୁ ସମୁଦ୍ରର ଜୁଆର ମାଡ଼ରେ ସେସବୁ ସମୁଦ୍ର ଗର୍ଭକୁ ଟାଣିନେଉଛି । ଅପର ପକ୍ଷରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ବେଳାଭୂମି ପଥର ବନ୍ଧକୁ ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ, ଶକ୍ତ ଓ ସୁରକ୍ଷିତ ରଖାଯାଇଥିବା ବେଳେ ଆମ ବିଭାଗୀୟ ଅଧିକାରୀ ସେମାଙ୍କର କାର୍ଯ୍ୟ ଶୈଳୀ ଦେଖି ଚାହିଁ ଶିଖି ପାରୁ ନଥବାରୁ ତଟ ସୁରକ୍ଷା ପଥର ବନ୍ଧ ଭାଙ୍ଗିରୁଜି ଯାଉଥିବାର କୁହାଯାଉଛି । ଗତ ୨୦୨୧ ୟାସ ନାମିତ ବାତ୍ୟାରେ ଏହି ପଥର ବନ୍ଧ ଭାଙ୍ଗିଯାଇଥିବା ବେଳେ ୨୦୨୨ ରେ ମରାମତି କରାଯାଇଛି । ସୁରକ୍ଷା ବନ୍ଧର ଦକ୍ଷିଣ ପ୍ରାଚେରୀ ନିର୍ମିତ କେତେକ ସ୍ଥାନରେ ଦବି ଥିବାବେଳେ ଉତ୍ତର ପାର୍ଶ୍ୱ ରାସ୍ତା ଅସରାୟେ ବର୍ଷାରେ ୫ ଟି ସ୍ଥାନରେ ବଡ ବଡ ଘାଇ ହୋଇ ରାସ୍ତା ଧସେଇ ନେଇଛି । ଏହି କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ଏଭଳି ସ୍ଥିତି ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତାରେ ଘାଇ ସୃଷ୍ଟି ହେବାରୁ ପର୍ଯଟକ ଓ ସ୍ଥାନୀୟ ଲୋକେ ସେହି ବଡ ଖାଲରେ ବାଇକ ଓ ଚାରିଚକିଆ ଯାନରେ ପଡିଯାଇ ଦୁର୍ଘଟଣା ଗ୍ରସ୍ତ ହେଉଥିବାର ସୂଚନା ମିଳୁଛି ।ବର୍ଷାଋତୁ ଆରମ୍ଭ ହୋଇଥିବାବେଳେ ସମ୍ଭାବ୍ୟ ବାତ୍ୟା ଓ ସମୁଦ୍ର ଉତ୍ତାଳ ଢେଉରେ ପଥର ବନ୍ଧ ପ୍ରତି ବିପଦ ସୃଷ୍ଟି ହେଲା ଭଳି ସ୍ଥିତି ହେବାରୁ କୁଳବାସୀ ଙ୍କ ଭୀତି ବଢ଼ାଇଛି । ଏଭଳି ସ୍ଥିତିରେ ଠିକାଦାର କାର୍ଯ୍ୟ କରୁନଥିବା ର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବାଲେଶ୍ଵର ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ପ୍ରଭାସ ପ୍ରଧାନ ଙ୍କୁ ମେରାଇନ ଡ୍ରାଇଭ ରାସ୍ତା ରେ ବଡ଼ବଡ଼ ଘାଇ ହେବା ଏବଂ ରାସ୍ତା ଧସେଇ ନେବା ସମ୍ପର୍କରେ ପଚାରିବାରୁ ସେ ମୂଳପ୍ରଶ୍ନ ଚତୁରତାର ସହ ଏଡାଇ ଯାଇ ରାସ୍ତାକାର୍ଯ୍ୟ ଶେଷହୋଇନାହିଁ ବୋଲି ପ୍ରକାଶ କରିଛନ୍ତି । ଉଦୟପୁର ତାଳସାରୀ ପଥର ବନ୍ଧ ଠିକାଦାର ଓ ବିଭଗୀୟ ଅଧିକାରୀଙ୍କ ଅସାଧୁମେଣ୍ଟ ଓ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ସାମାନ୍ୟ ବର୍ଷାରେ ରାସ୍ତା ଧସେଇ ନେଇଥିବାର ସ୍ଥାନୀୟ ବରବରିଆ ଗ୍ରାମର ସପନ ଗଙ୍ଗେଇ କହିଥିବାବେଳେ ଉଦୟପୁର ଗ୍ରାମର ଅବନୀ ପଟ୍ଟାୟତ ବର୍ଷାଋତୁରେ ବାରମ୍ବାର ଏହି ପଥର ବନ୍ଧ ଧସୁଥିବାରୁ ସ୍ଥାନୀୟ କୁଳବାସୀଙ୍କ ପ୍ରତି ବିପଦ ଦେଖା ଦେଇଥିବାରୁ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

Post a Comment