ଭଦ୍ରକ (ଆଜତକ୍ ଓଡ଼ିଶା) ଭଦ୍ରକ ଜିଲ୍ଲା ବ୍ରହ୍ମପୁର ପଞ୍ଚାୟତ ମାଲିଆରୁଆ ଗ୍ରାମର କମଳାକାନ୍ତ ରାଉତଙ୍କ ପୁତ୍ର ଛାତ୍ର ତଥା ସମାଜସେବୀ ସୁଜିତ ରାଉତ । ଟ୍ୱିଟର ଗଣମାଧ୍ୟମରେ ସମସ୍ୟା ଗୁଡିକୁ ବିଭାଗୀୟ ଅଧିକାରୀ, ପ୍ରଶାସନ ଓ ମନ୍ତ୍ରୀଙ୍କ ପାଖକୁ "ଓଡ଼ିଶାର ଲଢେଇ" ନାମକ ଟ୍ୱିଟର ଆଇଡି ରେ ଟ୍ୱିଟ କରି ସମାଧାନର ବାଟ ବାହାର କରିଥାନ୍ତି ଉଦ୍ୟମି ଯୁବକ ସୁଜିତ । ରାଜ୍ୟ ସରକାରଙ୍କ ଇ ଗ୍ରୀଭାନ୍ସ ସେଲ୍ କୁ ସଠିକ୍ ଭାବରେ ଉପଯୋଗ କରି ସୋସିଆଲ ମିଡିଆକୁ କରୁଛନ୍ତି ପ୍ରମୁଖ ଅସ୍ତ୍ର ଟୁଇଟରରେ କରୁଛନ୍ତି ସମସ୍ୟାର ସମାଧାନ ଗରିବ ଅସହାୟଙ୍କ ବୁଝୁଛନ୍ତି ଦୁଃଖ । କେବଳ ଭଦ୍ରକ ନୂହେଁ ସେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୦୦୦ରୁ ଉର୍ଦ୍ଧ ସମସ୍ୟା ସମ୍ପର୍କରେ ସେ ପ୍ରଶାସନକୁ ଟୁଇଟ୍ କରି ସମାଧାନ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ଟୁଇଟ୍ ଦ୍ଵାରା ଅନେକ ସମସ୍ୟାର ସମାଧାନ ହେଇଥିବାରୁ ସେ ଏବେ ଟୁଇଟର ବଏ ଭାବେ ବେଶ୍ ପରିଚିତ । ସୁଜିତ ଗରିବଙ୍କ ଆଶାବାଡ଼ି କହିଲେ ଅତ୍ୟୁକ୍ତି ହେବନାହିଁ । ଗରିବ ଅସହାୟଙ୍କ ଭତ୍ତା, ପାନୀୟଜଳ, ଆବାସ ଯୋଜନା, ଗମନାଗମନ, ରାସ୍ତାଘାଟ, ବିଦ୍ୟୁତ୍ ସମସ୍ୟା, ବ୍ୟାଙ୍କ, ପୋଷ୍ଟାଲ୍, ରେଳ, ରାସନ, ରକ୍ତ ଯୋଗାଡ, ଚିକିତ୍ସା ଅଭାବରୁ ପଡି ରହିଥିବା ରୋଗୀ ଆଦି ସମସ୍ୟା ଗୁଡିକୁ ସେ ଟୁଇଟ୍ ଏବଂ ହୁଆଟ୍ସଆପ ଆଦି ସାମାଜିକ ଗଣମାଧ୍ୟମରେ ଅସହାୟଙ୍କ ସମସ୍ୟା ସେୟାର କରି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡିକୁ ସମାଧାନ କରିଥାନ୍ତି । ସୁଜିତ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ଦୁଃଖି ଓ ଅସହାୟ ଲୋକଙ୍କ ସାଥିରେ ଛିଡା ହୋଇ ସାହଯ୍ୟର ହାତ ବଢ଼ାଇ ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିବି କହିଛନ୍ତି।

Post a Comment