କୋରାପୁଟ : (ଆଜତକ୍ ଓଡ଼ିଶା) ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟ ଠାରେ ପ୍ରଭୂ ଶ୍ରୀ ଜଗନ୍ନାଥ ଭକ୍ତଙ୍କୁ କଳ୍କୀ ଅବତାରରେ ଦର୍ଶନ ଦେଇ କୃପା କରୁଛନ୍ତି । ପ୍ରଭୂ ଜଗନ୍ନାଥ ନବ ଦିନ ବ୍ୟାପି ଶ୍ରୀ ଗୁଣ୍ଡିଚାଙ୍କ ଥରେ ବିଭିନ୍ନ ବେଶ ରୂପ ପ୍ରଦାନ କରି ଭକ୍ତଙ୍କ ମନୋବାଞ୍ଛା ପୂରଣ କରୁଛନ୍ତି । ଭଗବାନଙ୍କ ବିଭିନ୍ନ ବେଶ ମଧ୍ୟରେ ସବୁଠାରୁ କଳି ଯୁଗର କାଳିମାକୁ ଦୂର କରିବାକୁ ଯାଇ ପ୍ରଭୂ ଚତୁର୍ଦ୍ଧା ମୂରତି ଭକ୍ତଙ୍କୁ କଳ୍କୀ ଅବତାରରେ ଦର୍ଶନ ଦେଇ ଭକ୍ତଙ୍କ ଭକ୍ତିକୁ ସ୍ୱୀକାର କରିଛନ୍ତି । ପୂରଣ ଶାସ୍ତ୍ରରେ ରହିଅଛି ଭଗବାନ ପ୍ରଭୂ ଜଗନ୍ନାଥଙ୍କ ଏହି କଳ୍କୀ ଅବତାର ଦର୍ଶନ କରିଲେ ବହୁ ପୁଣ୍ୟ ଅର୍ଜନ ହୋଇଥାଏ । ଏହି ବେଶକୁ ଦେଖିବାକୁ କୋରାପୁଟ ତଥା ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ଦେଖା ଦେଇଅଛି ଏବଂ ଭଗବାନ ଜଗନ୍ନାଥଙ୍କ ଏହି ଦିବ୍ୟ ଚମତ୍କାର କଳ୍କୀ ଅବତାର କଳା ଘୋଡାରେ ପ୍ରଭୂ ବଳରାମ ଏବଂ ଧଳା ଘୋଡାରେ ପ୍ରଭୂ ଜଗନ୍ନାଥ ଏବଂ ମଧ୍ୟ ଭାଗରେ ମାଁ ସୁଭଦ୍ରା ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଅଛନ୍ତି । ଭଗବାନଙ୍କ ଏହି କଳ୍କୀ ଅବତାର ବେଶ ଦର୍ଶନ ଦେଖି ଭକ୍ତ ବହୁ ପ୍ରସନ୍ନ ହୋଇଥିବା ଦେଖା ଦେଇଅଛି ।

Post a Comment