ଜଳେଶ୍ଵର ବ୍ଲକ, ୨୬/୬ (ଜଗନ୍ନାଥ ଗୋଛାୟତ) ମିଳିତ ନିଶା ନିବାରଣ ଅଭିଯାନ ତରଫରୁ ଜଳେଶ୍ୱର ହାଇସ୍କୁଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ନିଶା ଆଜି ସମଗ୍ର ମାନବ ସମାଜକୁ କବଳିତ କରିଛି।ବିଶେଷକରି ଯୁବ ପିଢୀ ନିଶା ଦ୍ୱାରା କବଳିତ।ନିଶା ସେବନ ଦ୍ଵାରା ମାନଶିକ ରୋଗ ଠାରୁ ଆରମ୍ଭ କରି ଲିଭର କ୍ୟାନସର ପ୍ରଭୃତି ବିଭିନ୍ନ ପ୍ରକାର ରୋଗର ସୃଷ୍ଟି ହେଉଛି।ସମାଜରେ ଚୋରି, ଡ଼କାୟତି, ଧର୍ଷଣ, କଳହ, ଦୁର୍ଘଟଣା ବଢିବାରେ ଲାଗିଛି।ଏଣୁ ନିଶା ବିରୋଧି ଦିବସ ଅବସରରେ ଯୁବପିଢିଙ୍କ ଭିତରେ ନିଶା ବିରୋଧି ସଚେତନତା ସୃଷ୍ଟି କରିବା ପାଇଁ ଆଜିର ସଭାରେ ବକ୍ତାମାନେ ଆହ୍ୱାନ ଦେଇଥିଲେ।ଦିଲ୍ଲିପ କୁମାର ଗିରିଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଶ୍ରୀକାନ୍ତ ଚରଣ ପାତ୍ର, ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ, ଶିକ୍ଷାବିତ୍ ଡଃ ଅଜିତ ମହାନ୍ତି, ମଞ୍ଚର ଉପ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ସମାଜସେବୀ ପଲ୍ଟୁ ଦାସ, ସମାଜସେବୀ ତଥା ସାମ୍ବାଦିକ ମନୋଜ କୁମାର ଭୂୟାଁ, ଦୀନବନ୍ଧୁ ଦାସ, ଘନଶ୍ୟାମ ଗିରି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଛାତ୍ରୀ ପ୍ରଜ୍ଞା ପରମିତା ଭୂୟାଁ, ସ୍ମୃତି ରେଖା ପ୍ରଧାନ, ଅନିମ ଫତେମା ଅତି ସୁନ୍ଦର ବକ୍ତବ୍ୟ ଦେଇଥିଲେ।ଶେଷରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୂୟାଁ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment