ଜଳେଶ୍ଵର ବ୍ଲକ, ୨୬/୬ (ଜଗନ୍ନାଥ ଗୋଛାୟତ) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ଏକ ବ୍ରାଉନ ସୁଗାର କାରବାର ହବ ପାଲଟିଛି।ଜଳେଶ୍ୱର ପୋଲିସ ଏହାକୁ ରୋକ ଲଗାଇବା ପାଇଁ ଉଦ୍ୟମ ଜାରୀ ରଖିଥିଲେ ମଧ୍ୟ ରୋକ ଲଗାଇ ପାରୁ ନାହିଁ। ପଥରପୁରା ଅଞ୍ଚଳରେ ବ୍ରାଉନ ସୁଗାର ବେପାର ଚାଲିଥିବା ବେଳେ ଗତ କାଲି ଅପରାହ୍ନ ସମୟରେ ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏସଡିପିଓ ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ଜଳେଶ୍ୱର ପୋଲିସର ଏକ ଟିମ ପଥରପୁରା ଅଞ୍ଚଳରେ ଚଢ଼ାଉ କରି ୧୧୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହିତ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି ଥିଲା।ତା ପାଖରୁ ବ୍ରାଉନ ସୁଗାର ସହ ନଗଦ ୧୪ ଶହ ଟଙ୍କା ଏବଂ ଗୋଟିଏ ନୋକିଆ ଫୋନ, ଗୋଟିଏ ସାମସଙ୍ଗ ମୋବାଇଲ ଫୋନ ଜବଦ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ। ଜବଦ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ଟଙ୍କା ହେବ।ପୋଲିସ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି ଅଧିକ ତଦନ୍ତ ଜାରୀ ରଖିଛି।ପ୍ରକାଶ ଥାଉକି,ଉକ୍ତ ବ୍ରାଉନ ସୁଗାର ବେପାରୀଙ୍କ ନାମରେ ଜଳେଶ୍ଵର ଥାନାରେ ଏକାଧିକ ବ୍ରାଉନ ସୁଗାର କେସ ଓ ଜଗତସିଂପୁର ଜିଲ୍ଲା ବିରିଡି ଥାନାରେ ଅନ୍ୟ ଗୋଟିଏ ବ୍ରାଉନ ସୁଗାର କେସରେ ଗିରଫ ହୋଇ ଜେଲରେ ରହି ପୁଣି ବେଲ ହୋଇ ଆସିଥିଲେ।

Post a Comment