ବଲାଙ୍ଗିର (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ହାଇସ୍କୁଲର ଇକୋ କ୍ଲବ ଓ ଜୁନିୟର ରେଡ଼କ୍ରସ ୟୁନିଟ ମିଲିତ ଆନୁକୂଲ୍ୟରେ ପଶୁପକ୍ଷୀ ପାଇଁ ପାଣି ବ୍ୟବସ୍ଥା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚlଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଜୁନିୟର ରେଡ଼କ୍ରସ କାଉନସେଲର ତଥା ପ୍ରକୃତି ବନ୍ଧୁ ଶିକ୍ଷକ ରାମ ନାରାୟଣ ଦାଶଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆରସିସି ଚିନ୍ତାମଣି ସାହୁ ଓ ସମ୍ମlନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗଣେଶ ରଣା ଯୋଗଦେଇ ଥିଲେ । ପୃଥିବୀ ହେଉଛି ସମସ୍ତ ଜୀବଜନ୍ତୁଙ୍କ ବାସସ୍ଥଳୀ । ମଣିଷ ଭଳି ପଶୁପକ୍ଷୀ ରହିଲେ ଏକ ସନ୍ତୁଳିତ ଜୈବମଣ୍ଡଳ ରହିପାରିବ । ବିଭିନ୍ନ ପଶୁପକ୍ଷୀ ଖାଇବା ଚୋପା, ମଳରୁ ବିଭିନ୍ନ ଗଛ,ଲତା ସୃଷ୍ଟି ହୋଇଥାଏ । ତେଣୁ ଗ୍ରୀଷ୍ମ ଋତୁ ପ୍ରବାହରେ ଦୃଷ୍ଟିରେ ରଖି ପକ୍ଷୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଯିବା ଏକ ଉତ୍ତମ ପଦଯେପ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଛ ତଳେ ମାଟିପାତ୍ର , ଗଛର ଶାଖାରେ ମାଟି କଳସୀ ବାନ୍ଧି ଦିଆଯାଇଛି । ଏହି ଅବସରରେ ଘର ଆଗରେ , ବାଡ଼ିରେ, ଘରର ଛାତରେ ପାଣି ପାତ୍ର, କୁଣ୍ଡ ତଥା ଅନ୍ୟ ସାମଗ୍ରୀ ରଖି ବିଭିନ୍ନ ପଶୁପକ୍ଷୀ ପାଇଁ ପିଇବା ପାଣି ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଅବଗତ ତଥା ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ ଦାଶ, ଦୀପକ ସେନ ଧରୁଆ, ଲିଙ୍ଗରାଜ ନନ୍ଦ, ଛାତ୍ରଛାତ୍ରୀ , ଅଭିଭାବକଗଣ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଦୀପକ ସେନ ଧରୁଆ ପରିଚାଳନା କରିଥିଲା ବେଳେ ଛାତ୍ରୀ ସୁପ୍ରିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment