କବି ଯଜ୍ଞେଶ୍ଵର ପଣ୍ଡା ସମ୍ମାନିତ


କୋରାପୁଟ : (ଆଜତକ୍ ଓଡ଼ିଶା) ଭାରତୀୟ ସାହିତ୍ୟ ସଂସ୍କୃତି ସଂସଦ ସମ୍ବଲପୁର (ଓଡ଼ିଶା) ତରଫରୁ ବଲାଙ୍ଗିର ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାରସ୍ଵତ ମହାକୁମ୍ଭ ଓ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଓଡ଼ିଆ ଭାଷା- ସାହିତ୍ୟ ଓ କଳା- ସଂସ୍କୃତିର ବିକାଶ ,ସୁରକ୍ଷା ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ଯଜ୍ଞେଶ୍ଵର ପଣ୍ଡାଙ୍କୁ ବାଣୀ ବିଭୂଷଣ ସମ୍ମାନ- ୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରକାଶଥାଉକି ଶ୍ରୀ ପଣ୍ଡା ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ଯଥାକ୍ରମେ ଆଦର୍ଶ ଶିକ୍ଷକ ଓ ଶ୍ରେଷ୍ଠ କନିଷ୍ଠ ରେଡ୍ କ୍ରସ ପରାମର୍ଶଦାତା ସମ୍ମାନ ଓ ରେଡକ୍ରସ୍ ଶିକ୍ଷକ ସମ୍ମାନ ରେ ସମ୍ମାନିତ। ଏଥି ସହିତ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାଶୟ ରାଜ୍ୟର ବିଭିନ୍ନ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଯଥାକ୍ରମେ ପଣ୍ଡିତ କୃପାସିନ୍ଧୁ ମିଶ୍ର ସମ୍ମାନ,ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ,ବିକ୍ରମଶ୍ରୀ ପ୍ରତିଭା ସମ୍ମାନ, ବସୁମତୀ ସମ୍ମାନ,ଶାରଦୀୟ ଦଶହରା ସମ୍ମାନ,କବି କମଳ ସମ୍ମାନ, ସାହିତ୍ୟ ସେବା ସମ୍ମାନ , କୋରାପୁଟଶ୍ରୀ ସମ୍ମାନ , ଜ୍ଞାନସ୍ୱରୂପା ସମ୍ମାନ ,ଗୁରୁ ଦ୍ରୋଣାଚାର୍ଯ୍ୟ ସମ୍ମାନ,ଶାବରଶ୍ରୀ ସମ୍ମାନ ଇତ୍ୟାଦି ବହୁବିଧ ସମ୍ମାନରେ ସମ୍ମାନିତ।

Post a Comment

Previous Post Next Post