ରାସଗୋବିନ୍ଦପୁର ଠାରେ ଡ଼ା.ମହେଶ କୁମାର ବିଶ୍ବାଳଙ୍କ ସ୍ମୃତିରେ ରକ୍ତଦାନ ଶିବିର


ଅମର୍ଦ୍ଦାରୋଡ଼, ୨୪/୬(ଜଗନ୍ନାଥ ଗୋଛାୟତ) ବାଲେଶ୍ଵର ରକ୍ତକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କ ଗତ ୧୪ ତାରିଖରେ ଦେହାନ୍ତ ହୋଇଥିଲା ତାଙ୍କ ସ୍ମୃତିରେ ଆଜି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଚିଞ୍ଚଳଗଡ଼ିଆ ସ୍ଥିତ ମାଇଁ ଚଏସ ଟ୍ୟୁଟୋରିଆଲ, ସମ୍ବାଦ-ଆମଓଡ଼ିଶା ଓ ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଇଁ ଚଏସ ଟ୍ୟୁଟୋରିଆଲର ମୁଖ୍ୟ ପରିଚାଳକ ଶଙ୍କର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଲ ଚକ୍ରବର୍ତ୍ତୀ ଓ ପରିବେଶବିତ, ରକ୍ତଦାତା ସଂଘର ଉପସଭାପତି ତଥା ଯୁବ ସମାଜସେବୀ ସୁମନ୍ତ କୁମାର ଜେନା ମିଳିତ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ବାରିପଦା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ଗଣେଶ ଚନ୍ଦ୍ର ପାଲ, ଅନୁଷ୍ଠାନର ଅଧ୍ୟକ୍ଷ ଦୀପାଳି ରାଣୀ ବେହେରା, ଶିକ୍ଷକ ଗୌତମ ଶତପଥୀ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ୧୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବାରିପଦା ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଚନ୍ଦନ କୁମାର ବେହେରା, ସୁଜିତ ପାତ୍ର, ଶିକ୍ଷୟିତ୍ରୀ ବନିତା ରାଉଳ, ନମ୍ରତା ପାତ୍ର, ଲୀପିକା ବାରିକ, ଅମର୍ଦ୍ଦାରୋଡ଼ ସମ୍ବାଦ ପ୍ରତିନିଧି ପୃଥୁନାଥ ମଣ୍ଡଳ, ଦୀପକ ବରୁ ଓ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post