ବାଲେଶ୍ଵର, ୨୩/୬ (ଜଗନ୍ନାଥ ଗୋଛାୟତ) ବାଲେଶ୍ଵର ରକ୍ତକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ମହେଶ କୁମାର ବିଶ୍ବାଳଙ୍କ ଗତ ୧୪ ତାରିଖରେ ଦେହାନ୍ତ ହୋଇଥିଲା ତାଙ୍କ ସ୍ମୃତିରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ପରିବାର, ଜିଲ୍ଲା ରକ୍ତଦାତା ସଂଘ ଓ ରକ୍ତକେନ୍ଦ୍ର ବାଲେଶ୍ଵର ମିଳିତ ସହଯୋଗରେ ରକ୍ତକେନ୍ଦ୍ର ପରିସରେ ଅନୁଷ୍ଠିତ ହୋଇଥିଲା। ରକ୍ତକେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଓ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରକ୍ତଦାତା ସଂଘର ସମ୍ପାଦକ ଇଂ ହୃଷିକେଶ ସାହୁ, ସମ୍ମାନିତ ଅତିଥି ଭାବେ ରକ୍ତଦାତା ସଂଘର ସାଂଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଅଫିସ ସମ୍ପାଦକ ଭଗବାନ ମହାନ୍ତି, ଉପ ସଭାପତି ବିଜୟ ପାତ୍ର, ଉପଦେଷ୍ଟା ସାମ୍ବାଦିକ ରବି ରାଉତ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉତ୍ତର ଓଡ଼ିଶା ସଂସ୍କରଣର ସମ୍ବାଦ-ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ, ବରିଷ୍ଠ ଟେକ୍ନିସିଆନ ଦେବାଶିଷ ଦତ୍ତ, ସୁଚିସ୍ମିତା ଦାସ, ରାଜେଶ ମିଶ୍ର, ବସନ୍ତ କୁମାର ଜେନା, ଅକ୍ଷୟ କୁମାର ଜେନା, ସବନମ ଦାସ, ଜ୍ୟୋତ୍ସ୍ନା ସ୍ୱାଇଁ, ଜ୍ୟୋତିଷ ପ୍ରଧାନ, ସତ୍ୟ ପ୍ରକାଶ ଦାଶ, ସୌଭଗ୍ୟ ବତୀ ପରିଡ଼ା ଶିବିରକୁ ପରିଚାଳନା କରିଥିଲେ। ଶେଷରେ ଡ଼ା. ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଶିବିର ଆସନ୍ତା କାଲି ମଧ୍ୟ ସକାଳ ୯ଟାରେ ରକ୍ତକେନ୍ଦ୍ର ପରିସରେ ଅନୁଷ୍ଠିତ ହେବ। ଏଥିରେ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ରକ୍ତଦାତା ଯୋଗଦେଇ ରକ୍ତଦାନ କରିବା ପାଇଁ ଆୟୋଜକ ପକ୍ଷରୁ ନିବେଦନ କରିଛନ୍ତି।

Post a Comment